ଅପରାହ୍ନ ୪ଟା ସୁଦ୍ଧା ୧୦ ଜିଲ୍ଲା ସତର୍କ ରୁହ ! ବର୍ଷା ଓ ବଜ୍ରପାତ ବିପଦ ନେଇ ପାଣିପାଗ ବିଭାଗର ସୂଚନା

ଅପରାହ୍ନ ୪ଟା ସୁଦ୍ଧା ୧୦ ଜିଲ୍ଲା ସତର୍କ ରୁହ ! ବର୍ଷା ଓ ବଜ୍ରପାତ ବିପଦ ନେଇ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ଅପରାହ୍ନ ୪ଟା ସୁଦ୍ଧା ୧୦ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ଏହି ସତର୍କ ସୂଚନା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ନୂଆପଡା, ସମ୍ବଲପୁର, ଦେବଗଡ଼ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପଛକୁ ପଛ ଦୁଇଟି ଲଘୁଚାପ । ଅକ୍ଟୋବର ଦ୍ବିତୀୟ ସପ୍ତାହ ତଥା ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ଚିତ୍ର ମିଳି ନ ଥିଲେ ମଧ୍ୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଆକଳନ କରାଯାଇଛି । ତେବେ ଏହା କେଉଁ ରୂପ ନେଇ ସ୍ଥଳ ଭାଗ ସ୍ପର୍ଶ କରିବ, ସେନେଇ କୌଣସି ଆକଳନ କରାଯାଇନାହିଁ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଅଧିକ ଘନୀଭୂତ ହେବନାହିଁ। ୧୦ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ପ୍ରଭାବରେ ୧୪ ଓ ୧୫ତାରିଖରେ ପୁରୀଠାରୁ ଦକ୍ଷିଣକୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ୧୬ ତାରିଖରେ ବର୍ଷା ପରିମାଣ ବଢ଼ିବ। ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ ୧୭ରେ ଅବପାତ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିଯିବ ।

ତେବେ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍‌ର ଆକଳନ ଅନୁଯାୟୀ ୧୪ରେ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅଧିକ ଘନୀଭୂତ ହେବା ସହ ୧୬ ତାରିଖରେ ଅବପାତରେ ପରିଣତ ହେବ । ଏହା ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ନଦୀଘାଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆଡ଼କୁ ମୁହାଁଇ ୧୮ କିମ୍ବା ୧୯ତାରିଖ ବେଳକୁ ସ୍ଥଳଭାଗ‌ ଛୁଇଁବାର ସମ୍ଭାବନା ରହିଛି। ଯଦି ଏହା ସୃଷ୍ଟି ହୁଏ, ତେବେ ପ୍ରଥମ ଲଘୁଚାପଟି ଦୁର୍ବଳ ରହିବ। ବାତ୍ୟା ରୂପ ନେବାର ସମ୍ଭାବନା କ୍ଷୀଣ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe