କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଆସନ୍ତୁ ଫଟୋରେ ଫଟୋରେ ଦେଖିବା ବର୍ଷାରେ ବେହାଲ ହୋଇଥିବା ଅନେକ ସହରର ଦୃଶ୍ୟ...

Advertisment

publive-image
ଦିଲ୍ଲୀରେ ପ୍ରବଳ ବର୍ଷାକୁ ନେଇ ପାଣିପାଗ ପକ୍ଷରୁ ସତର୍କ କରାଯାଇଛି । ଜମୁନା ନଦୀରେ ଜଳସ୍ଥର ବୃଦ୍ଧି କାରଣରୁ ଦିଲ୍ଲୀବାସୀଙ୍କୁ ଚେତାବନୀ ଦିଆଯାଇଛି । ୧୯୮୨ ପରେ ଜୁଲାଇ ମାସରେ ଗୋଟିଏ ଦିନରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ଫଟୋରେ ଦେଖିପାରୁଥିବେ ଜଣେ ବ୍ୟକ୍ତିଙ୍କ କାର କେଉଭଳି ଭାବେ ବର୍ଷା ପାଣିରେ ବୁଡି ରହିଛି । ଏବଂ ଗାଡି ମାଲିକ କିପରି ଗାଡି ଉପରେ ବସିରହିଛନ୍ତି ।

publive-image
ଏହି ଫଟୋଟିରେ ଦେଖୁଥିବା ଦୃଶ୍ୟ ହିମାଚଳପ୍ରଦେଶର । ପାହାଡର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବର୍ଷା ପାଣି ସହିତ ମାଟି ଏବଂ ବଡ ବଡ ଗଛ ଭାସିଆସିଛି । ଆଉ ରାସ୍ତା ଉପରେ କାଠ ଗଣ୍ଡି ସବୁ ଜମା ହୋଇ ରହିଛି । ବର୍ଷା ପାଣି ଜମା ହେବା କାରଣରୁ ଜଣେ ବ୍ୟକ୍ତିଙ୍କ ଘର ଧସିଯାଇଛି, ଯେଉଁଥିରେ ଜଣେ ମହିଶଳା ଚାପି ହୋଇ ରହିଛନ୍ତି ।

publive-image
ଏହି ଫଟୋକୁ ଦେଖନ୍ତୁ କିପରି ଗୋଟିଏ ରସି ସାହାଯ୍ୟରେ ଫସିଥିବା ଲୋକଙ୍କୁ ଏନଡିଆରଏଫ୍ ଟିମ୍ ଉଦ୍ଧାର କରୁଛନ୍ତି । ଏହି ଜଳ ପ୍ରଳୟକୁ ଦେଖିବା ଅନୁମାନ କରିପାରୁଥିବେ କେତେ ଭୟଙ୍କର ହୋଇଥିବ ସ୍ଥିତି । ତାସ ଘର ପରି ଭୁଷୁଡିପଡୁଛି ବଡ ବଡ ବିଲ୍ଡିଂ । ଉତ୍ତର ଭାରତରେ ପ୍ରବଳ ବର୍ଷା କାରଣରୁ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

publive-image

ଏହି ଦୃଶ୍ୟ ଦିଲ୍ଲୀର, ପାଣିପାଗ ବିଜ୍ଞାନ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଗତ ରବିବାର ସକାଳ ୮.୩୦ ସୁଦ୍ଧା ୨୪ଘଣ୍ଟାରେ ୧୫୩ ମିଲିମିଟର ବର୍ଷା ହୋଇଛି । ସେହିଭଳି ହରିଆଣାର ଚଣ୍ଡିଗଡରେ ଏବଂ ଅମ୍ବାଲାରେ ୩୨୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ, ଗୁରୁଗ୍ରାମ୍ ସହିତ ଏନସିଆରରେ ସ୍କୁଲ ସେବା ବନ୍ଦ ରହିଛି । ଏହି ଦୃଶ୍ୟରେ ଦେଖିପାରୁଥିବେ । ବର୍ଷା ପାଣିରେ ପଶି ଯାଉଥିବା ବେଳେ କାର କିପରି ଅଧା ରାସ୍ତାରେ ବନ୍ଦ ହୋଇପଡିଛି ଆଉ କିଛି ପିଲା ତାକୁ ପଛପଟୁ ଠେଲି ଠେଲି ନେଉଛନ୍ତି ।

publive-image

ଏହି ଦୃଶ୍ୟ ହେଉଛି ହିମାଚଳପ୍ରଦେଶର, ଭୁସ୍ଖଳନ ପାଇଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାହାଡରୁ ମାଟି ଧସିବା କାରଣରୁ ଅନେକ ଘର ମାଟି ତଳେ ଦବିଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୩୬ଘଣ୍ଟାକେ ୧୪ଟି ବଡ ଭୁସ୍ଖଳନ ଘଟିଛି । ଯେଉଁଥିପାଇଁ ୭୦୦ରୁ ଅଧିକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଅନେକ ଘର ମାଟି ତଳେ ଧସିଯାଇଛି

publive-image
ହିମାଚଳପ୍ରଦେଶର ଭୂସ୍ଖଳନରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୧୬ ଲୋକଙ୍କ ମୃତ୍ୟୁ ହୋଇଛି । ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ବି ପ୍ରବଳ ବର୍ଷା କାରଣରୁ ରେଡ୍ ଆଲଟ୍ ଜାରି କରାଯାଇଛି