ଲଘୁଚାପର ରୂପ ନେଲା ଘୂଣ୍ଣିବଳୟ ! ପ୍ରବଳ ବର୍ଷା ସମ୍ଭାବନା

Advertisment
ଲଘୁଚାପର ରୂପ ନେଲା ଘୂଣ୍ଣିବଳୟ ! ପ୍ରବଳ ବର୍ଷା ସମ୍ଭାବନା

image courtesy-http://www.thehindubusinessline.com

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହି ଲଘୁଚାପ ଖୁବ୍ ଶୀଘ୍ର ଅବପାତରେ ପରିଣତ ହେବ। ଅବପାତ ଘନୀଭୂତ ହେବାର ସମ୍ଭାବନା ଅଧିକ। କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ମଙ୍ଗଳବାର ଦିନ ଜଣାପଡ଼ିବ। ଲଘୁଚାପ ଅବପାତରେ ପରିଣତ ହେବା ପରେ ହିଁ ଏହାର ଆକାର ଏବଂ ପ୍ରଭାବ ବିଷୟରେ ଆକଳନ କରିହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏବେ ପାଣିପାଗ ଓ ବାୟୁର ଦିଗ ବହୁତ ଶୀଘ୍ର ପରିବର୍ତ୍ତନ ହେଉଛି। ବର୍ତ୍ତମାନର ସ୍ଥିତି ଯାହା ଯଦି ଲଘୁଚାପଟି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ ତେବେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ସେ ଆଶଙ୍କା କରିଛନ୍ତି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଛୁଇଁପାରେ। କିନ୍ତୁ ପାଣିପାଗ ଓ ବାୟୁର ଦିଗ କ୍ଷଣକୁ କ୍ଷଣ ପରିବର୍ତ୍ତନ ହେଉଥିବାରୁ ଏହା ଦକ୍ଷିଣ ଓଡ଼ିଶାକୁ ବି ଛୁଇଁପାରେ। ଅବପାତର ରୂପ ଓ ପ୍ରଭାବ କ’ଣ ହେବ ତାହା ୧୭ ତାରିଖ ମଙ୍ଗଳବାର ଦିନ ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe