କନକ ବ୍ୟୁରୋ: ଉତ୍ତର ଭାରତରେ ଜଳପ୍ରଳୟ । ଭାରି ବର୍ଷା କାରଣରୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ତେବେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ଦେଖି ଗୁରୁଗ୍ରାମ ଏବଂ ନୋଏଡାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କିଛି ପ୍ରାଇଭେଟ୍ କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ଶନିବାର ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହାସହ ରାସ୍ତାରେ ଜଳବନ୍ଦୀ, କୃତ୍ରିମ ବନ୍ୟା ମଧ୍ୟ କିଛି କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲର ମୁଖ୍ୟମାନଙ୍କୁ ନୋଟିସ୍ ପଠାଇଛନ୍ତି । ଯେଉଁଥିରେ ସୋମବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖାଲି ସେତିକି ନୁହେଁ, ଗୁରୁଗ୍ରାମ, ନୋଏଡାରେ ପ୍ରବଳ ବର୍ଷା କାରଣରୁ ସ୍କୁଲ ବନ୍ଦ ରହିବ । ଅନ୍ୟପଟେ ପାଣିପାଗ ବିଭାଗ ତରଫରୁ କିଛି ଅଞ୍ଚଳରେ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି ।