ଘନୀଭୂତ ହେଉଛି ଲଘୁଚାପ ! ୧୨ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ, ରାଜ୍ୟରେ ଆଜିଠୁ ଦୁଇ ଦିନ ଧରି ବର୍ଷା ।

Advertisment
ପାର୍ବଣ ପୂର୍ବରୁ ଭିଜିବ ଓଡ଼ିଶା ! ବଙ୍ଗୋପସାଗରେ ଲଘୁଚାପ, ପାଣିପାଗ ବିଭାଗର ସୂଚନା, ୧୦ରୁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ।

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତୀ ଅଂଚଳରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବ । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ଉପକୂଳ ଅଂଚଳ ପ୍ରବେଶ କରିବ । ଆଜି ବିଳମ୍ବିତ ରାତି ଓ ଆସନ୍ତାକାଲି ସକାଳ କଳିଙ୍ଗପଟନମ୍ ଓ ପୁରୀ ମଧ୍ୟରେ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

raIN

ସେହିପରି ଆଜି ୪୫ କିଲୋମିଟର ବେଗରେ ପବନ ବୋହିବ । ଆସନ୍ତାକାଲି ଏହା ଘଂଟାପ୍ରତି ୭୫ କିଲୋମିଟର ବେଗକୁ ବୃଦ୍ଧି ପାଇବ । ସେପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କଳାହାଣ୍ଡି ଭଳି କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe