କନକ ବ୍ୟୁରୋ: ପଶ୍ଚିମା ଝଡ ପ୍ରଭାବରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ଓ କୁଆପଥର ବର୍ଷା ଲାଗି ରହିଛି । ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କୁଆପଥର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । କେନ୍ଦ୍ରାପଡାରୁ ନେଇ ବଲାଙ୍ଗୀର ଓ ଧର୍ମଶାଳା ଆଦି ସ୍ଥାନରେ ପବନ ସହ ବର୍ଷା ହେଉଛି । ଏପରିକି ଏହି ସ୍ଥାନଗୁଡିକରେ କାଳବୈଶାଖୀ ଯୋଗୁ ପ୍ରବଳ କ୍ଷୟକ୍ଷତି ମଧ୍ୟ ହୋଇଛି ।
ଯାଜପୁର ଜିଲ୍ଳା ବଡଚଣା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଲୋକଙ୍କର ବହୁତ କ୍ଷତିହୋଇଛି । ପଶ୍ଚିମା ଝଡ ପ୍ରଭାବରେ ବଡଚଣା ବ୍ଲକର ଅଣକା, ପତରାଜପୁର, ନଳୀପୁର,ବାଲିପଡିଆରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିଲା । ଫଳରେ କିଛି ସ୍ଥନରେ କୁଆପଥରମାଡ ଯୋଗୁ ଗାଡିରୁ ନେଇ ଘରର ଅସବେଷ୍ଟସ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହୋଇଥିବାରୁ କ୍ଷୟକ୍ଷତି ହୋଇଛି । ଲଗାତର ଭାବେ ବର୍ଷା ପବନ ଯାଗୁ ଅସ୍ୱ୍ୟସ୍ତ ହୋଇପଡ଼ିଛି ଜନଜୀବନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/15-14.jpg)