ରାତି ପାହିଲେ ଘୋଷଯାତ୍ରା, ପୁରୀରେ ପ୍ରବଳ ବର୍ଷା! ଖାତିର କଲେନି ଭକ୍ତ, ବଡଦାଣ୍ଡ ଜନସମୁଦ୍ର

56

କନକ ବ୍ୟୁରୋ : ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଏଥିପାଇଁ ଏବେଠୁ ପୁରୀ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଲାଣି । ପୂରା ପୁରୀ ଜଗନ୍ନାଥମୟ ହୋଇଯାଇଛି । ହେଲେ ରଥ ଯାତ୍ରା ପୂôର୍ବରୁ ପୁରୀରେ ହୋଇଛି ବର୍ଷା । ଲଗାତାର ବର୍ଷାରେ ବେହାଲ ହୋଇଯାଇଛି ପୁରୀର ଅବସ୍ଥା । ବଡଦାଣ୍ଡର କିଛି କିଛି ସ୍ଥାନରେ ପାଣି ଜମି ରହିଛି । ତେଣୁ ଭକ୍ତଙ୍କୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

ପୂର୍ବରୁ ମଧ୍ୟ ୧୩ ଓ ୧୪ ତାରିଖରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଆଜି ସଂଧ୍ୟାରୁ ପୁରୀରେ ଚାଲିଛି ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ମଧ୍ୟ ବର୍ଷା ହୋଇପାରେ । ବର୍ଷା ସମୟରେ ଆଶ୍ରୟ ନେବା ପାଇଁ ୪ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । କିନ୍ତୁ ଏତେ ସଂଖ୍ୟକ ଭକ୍ତ ପୁରୀକୁ ଆସୁଥିବାରୁ ମାତ୍ର ୪ଟି ଆଶ୍ରୟସ୍ଥଳୀ ନିର୍ମାଣକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏସବୁ ଭିତରେ ବର୍ଷା ହେଉଥିଲେ ମଧ୍ୟ ଭକ୍ତଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ପ୍ରବଳ ଉତ୍ସାହ ରହିଛି । ଏବେ ମଧ୍ୟ ବଡଦାଣ୍ଡରେ ଗହଳି ଲଗାଇଛନ୍ତି ଭକ୍ତ । ଜନସମୁଦ୍ର ପାଲଟି ଯାଇଛି ପୁରୀ ସମୁଦ୍ର ।