ବର୍ଷାରେ ବେହାଲ ଦିଲ୍ଲୀ ! ଜଳମଗ୍ନ ହେଲା ଅନେକ ଅଞ୍ଚଳ, ଜାତୀୟ ରାଜପଥ ଉପରେ ଅଟକ ରହିଲା ଶହ ଶହ ଗାଡି, ପାଣି ଭିତରେ ଫଶିଗଲା ବସ୍ ।

36

କନକ ବ୍ୟୁରୋ : ବର୍ଷାରେ ବେହାଲ ଦିଲ୍ଲୀ । ଗତକାଲି ଠାରୁ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ଅଟକି ରହିଛି । ଆରକେ ପୁରମ, ଏମବି ରୋଡ, ଲକ୍ଷ୍ମୀନଗର ସମେତ ବହୁ ଅଂଚଳରେ ପାଖାପାଖି ୨ରୁ ୩ ଫୁଟ ପାଣି ଜମି ରହିଛି । ଫଳରେ ଟ୍ରାଫିକ ସମସ୍ୟାରେ ବାଧା ସୃଷ୍ଟି ହୋଇଛି । ହନୁମାନ ମନ୍ଦିର ଯମୁନାନଗର ଅଂଚଳରେ ଡିଟିସି ବସଟି ରାସ୍ତାରେ ଜମା ହୋଇଥିବା ବର୍ଷା ପାଣି ଭିତରେ ଫଶି ରହିଥିଲା ।

ବର୍ଷା ପାଣି ଏତେମାତ୍ରାରେ ରହିଥିଲା ଯେ ବସଟି ଆଉ ଆଗକୁ ଯାଇପାରିନଥିଲା । ଫଳରେ ଦୀର୍ଘ ସମୟ ଧରି ବସଟି ପାଣି ଭିତରେ ଅଟକି ରହିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଅଖୋଲା ଇଷ୍ଟେଟ ମାର୍ଗରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ସେହିପରି ଦକ୍ଷିଣ ଓ ପଶ୍ଚିମ ଦିଲ୍ଲୀର ଏମ୍ସ, ମାଲବୀୟ ନଗର, ଗ୍ରୀନ ପାର୍କ, ପଂଜାବୀ ବାଗ୍, ଉତମ ନଗର ଆଦି ଅଂଚଳ ଜଳମଂଗ୍ନ ହୋଇରହିଛି ।