ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ: ଅନନ୍ତପୁରରେ କୋଠା ଭୁଷୁଡି ୪ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୧୭

137

କନକ ବ୍ୟୁରୋ: ଦକ୍ଷିଣ ଭାରତେରେ ପ୍ରବଳ ବର୍ଷା ସାଙ୍ଗକୁ ଭିଷଣ ବନ୍ୟା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶ ରେ ଏକ ତିନି ମହଲା କୋଠା ଭୁଷୁଡି ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିୁପରେ ଶହେ ରୁ ଅଧିକ ଲୋକ ବନ୍ୟା ପାଣି ରେ ଭାଷିଯାଇ ନିଖୋଜ ଅଛନ୍ତି । ଅନ୍ୟପଟେ କେରଳ ସବରିମାଳା ମନ୍ଦିର ରେ ମଧ୍ୟ ବନ୍ୟା ପାଣି ଭର୍ତି ହୋଇ ରହିଥିବା ଦେଖି ଗୋଟିଏ ଦିନ ପାଇଁ ମନ୍ଦିର କୁ ବନ୍ଦ ରଖାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଆନ୍ଧ୍ରର ୪ଟି ଜିଲ୍ଲା ଚିତୋର, କଡପା, କରନୋଣଲ ଓ ଅନନ୍ତପୁରରେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଅନନ୍ତପୁର ଜିଲ୍ଲାରେ କୋଠା ଭୁଷୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତତଙ୍କ ମଧ୍ୟରେ ୩ ଜଣ ନବାଜାତ ଶିଶୁ ଓ ଜଣେ ବୃଦ୍ଧା ରହିଥିବା ଜଣାପଡିଛି । ଅନ୍ୟପଟେ ବନ୍ୟାପାଣି ରେ ଭାସିଯାଇ ଶହେରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ଲଗାଣ ବର୍ଷା ଜାରି ରହିଥିବା ଫଳରେ ରାସ୍ତାଘାଟ ସବୁ ବର୍ଷା ପାଣିରେ ବୁଡି ରହିଛି ।

ପ୍ରବଳ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ର ପ୍ରଦେଶ । ଅନେକ ସ୍ଥାନରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଫଳରେ ଉଦ୍ଧାର କାମରେ ଏସଡିଆରଏଫ, ଏନଡିଆରଏଫ ସମେତ ବାୟୁସେନା ମଧ୍ୟ ନିୟୋଜିତ ହୋଇଛି । ଚିତ୍ରାବଥୀ ନଦୀରେ ବନ୍ୟା ଆସିବା ଫଳରେ ଏକ ଜେସିବି ଫଶି ଯାଇଥିବାବେଳେ ବାୟୁସେନା ହେଲିକପ୍ଟର ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି । ସେପଟେ ରାଜ୍ୟର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ହେଲିକପ୍ଟରରେ ବସି ଆକାଶମାର୍ଗରୁ ରାଜ୍ୟର ବନ୍ୟା ସ୍ଥିତି ଦେଖିଛନ୍ତି ।

ପ୍ରବଳ ବର୍ଷା ଓ ବନ୍ୟାରୁ କେରଳ ମଧ୍ୟ ବାଦ ପଡିନାହିଁ । କେରଳ ପ୍ରସିଦ୍ଧ ସବରିମାଳା ମନ୍ଦିରରେ ମଧ୍ୟ ବନ୍ୟା ପାଣି ଭତି ହୋଇ ରହିଛିି । ସୁରକ୍ଷା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ ମନ୍ଦିର କୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛ । ସେହିପରି ଶ୍ରଦ୍ଧାଳୁଙ୍କୁ ଅନଲାଇନ ମାଧ୍ୟମରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ଆଂଚଳିକ ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି । ।

ସେହିପରି କର୍ଣ୍ଣାଟକରେ ଲଗାଣ ବର୍ଷାର ପ୍ରଳୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ରାସ୍ତାରେ ବନ୍ୟା ପାଣି ଚାଲୁଥିବାବେଳେ, ନଦୀ ନାଳ ସବୁ ବନ୍ୟା ପାଇଁ ଉଛୁଳିଥିବା ଦେଖିବାକୁ ମିଳିଛି । ଫଳରେ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି ।