ଜମ୍ମୁ-କାଶ୍ମୀରରେ ସରଗରମ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ସର୍ବ ଦଳୀୟ ବୈଠକରେ ଯୋଗଦେବେ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି । ସ୍ୱତନ୍ତ୍ର ରାଜ୍ୟ ଦାବି ପାଇଁ ପ୍ରସ୍ତାବ ରଖିବ ଗୁଫକାର ମେଂଟ

210

କନକ ବ୍ୟୁରୋ: ଆସନ୍ତା ୨୪ ତାରିଖ ଅର୍ଥାତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ନେତା ମାନଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ଘାଟିରେ ରାଜନୈତିକ ଗହଳି ଚହଳି ବଢି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବେ ଗୁପକାର ମେଂଟ ନେତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ-କାଶ୍ମୀରର ୧୬ଟି ନେତାଙ୍କୁ ବୈଠକ ପାଇଁ ଡକାଯାଇଥିଲା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ହଟାଯିବା ପରେ କେନ୍ଦ୍ର ଦ୍ୱାରା ଘାଟିର ନେତାଙ୍କ ସହ ଆଲୋଚନା ପାଇଁ ଏହା ସବୁଠୁ ବଡ ପଦକ୍ଷେପ ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପାଇଁ ଜମ୍ମୁ କାଶ୍ମୀରର ଗୁପକାରମେଂଟ ରାଜି ହୋଇଛି । ଆସନ୍ତା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜମ୍ମୁ-କାଶ୍ମୀରର ନେତା ମାନଙ୍କସହ ଆଲୋଚନା କରିବାକୁ ଥିବା ବେଳେ ଘାଟିରେ ରାଜନୈତିକ ଗହଳିଚହଳି ବଢିଯାଇଛି । ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ମେଂଟର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଫାରୁକ ଅବଦୁଲ୍ଲାଙ୍କସମେତ ପିଡିପି ନେତା ମେହବୁବା ମୁଫତି ଓ ସିପିଆଇଏମ ନେତା ମହମ୍ମଦ ୟୁସୁଫ ତାରିଗାମୀ ଯୋଗ ଦେବାକୁ ନିଷ୍ପତିହୋଇଛି ।

ପିଟୁସି -ଜମ୍ମୁ କାଶ୍ମୀରକୁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଦେବା ଦାବିରେ ଗତ ବର୍ଷ ଗଠନ ହୋଇଛି ଗୁପକାର ମେଂଟ । ଜମ୍ମୁ କାଶ୍ମୀରର ୭ଟି ରାଜନୈତିକ ଦଳ ଗୁଡିକୁ ନେଇ ଏହିମେଂଟ ଗଠନ ହୋଇଛି । ନ୍ୟାସନାଲ କନଫରେନ୍ସ ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଗୁପକାର ମେଂଟର ଅଧ୍ୟକ୍ଷ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମ୍ମୁଖରେ ନିଜ ଦାବି ଉପସ୍ଥାପନ କରିବ ଗୁପକାରମେଂଟ । ତେବେ କେନ୍ଦ୍ର ସରକାରଙ୍କ ଯାହା ଏଜେଣ୍ଡା ରହିଥାଉ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜ ପ୍ରସଙ୍ଗ ରଖିବେ ଏବଂ ଜେଲରେ ବନ୍ଦ ଥିବା କଏଦୀଙ୍କୁ ମୁକ୍ତ କରିବାର ବାଟ ଫିଟିବ ବୋଲି ମେହବୁବା ମୁଫତି କହିଛନ୍ତି । ଏହା ଫଳରେ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହେବ ବୋଲି କହିଛନ୍ତ ମେହବୁବା । କେବଳ ସେତିକି ନୁହେଁ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ ବୋଲି ମେହବୁବା କହିଛନ୍ତି । ସେପଟେ ନିଜ ସମସ୍ୟାକୁ ମୋଦୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା ।

କେନ୍ଦ୍ରସରକାରଙ୍କ ଆଲୋଚନା ପ୍ରସ୍ତାବକୁ ପୂର୍ବରୁ ହିଁଘାଟିର ଅଧିକାଂଶ ରାଜନୈତିକ ଦଳ ସ୍ୱାଗତ କରିଛନ୍ତି । ତେବେ ଏହି ଆଲୋଚନାକୁ ହୁରିଅତକୁ ଡକାଯାଇ ନାହିଁ । କେନ୍ଦ୍ରସରକାରଙ୍କ ପକ୍ଷରୁଏହିବୈଠକ ପାଇଁ ଜମ୍ମୁ-କାଶ୍ମୀରର ୧୬ଟି ନେତାଙ୍କୁବୈଠକ ପାଇଁଡକାଯାଇଥିଲା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ହଟାଯିବା ପରେକେନ୍ଦ୍ର ଦ୍ୱାରାଘାଟିରନେତାଙ୍କସହଏହା ପ୍ରଥମ ଆଲୋଚନା ।