ବାଇକ୍ ଧକ୍କାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି । ଯୁବକକୁ ପିଟିପିଟି ହତ୍ୟା ପରେ ସ୍ଥିତି ଅଣାୟତ୍ତ । ପୁଲିସର କଡା ପଇଁତରା

671

କନକ ବ୍ୟୁରୋ: ବାଇକ୍ ଧକ୍କାକୁ ନେଇ ବବଚା ଏବଂ ବଚସାରୁ ହିଂସା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରାଜଧାନୀ ଜୟପୁରର ସୁଭାଷ ଚୌକ ଥାନା ଅଂଚଳରେ ।

ସୂଚନା ମୁତାବକ, ଦୁଇ ଯୁବକଙ୍କ ମଧ୍ୟରେ ବାଇକ୍ ଧକ୍କା ହେବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଦୁହେଁ ପରସ୍ପର ସମର୍ଥକଙ୍କୁ ଡାକିଥିଲେ । ଘଟଣାସ୍ଥଳରେ କିଛି ବୟସ୍କ ଲୋକ ପହଞ୍ଚି ବୁଝାସୁଝା କରିବା ପରେ ବି ରାହୁଲ ନାମକ ଯୁବକ ଚୁପ୍ ରହିଥିବାବେଳେ ଇକବାଲ ନାମକ ଯୁବକ କିନ୍ତୁ ଉପସ୍ଥିତ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାରପିଟ କରିବାକୁ ବାହାରିଥିଲା । ଏଥିରେ ଉତ୍ତ୍ୟକ୍ତ ଉପସ୍ଥିତ ଲୋକ ତା’ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାର ସୂଚନା ପାଇ ଇକବାଲକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ ଇକବାଲର ସମ୍ପର୍କୀୟ ଓ ସେହି ସମ୍ପ୍ରଦାୟର ଲୋକେ ଆସି ଭଂଗାରୁଜା ଆରମ୍ଭ କରିଦେଇଥିଲେ । ଏଥିରୁ ପୁରା ଅଞ୍ଚଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଅଣାୟତ୍ତ ହେବାରୁ ଭାରୀ ସୁରକ୍ଷାବଳକୁ ମୁତୟନ କରାଯାଇଛି । ପୁଲିସ କଡା ପଇଁତରରା ମାରୁଛି । ହେଲେ ଏହି ଘଟଣାକୁ ନେଇ ମୃତ ଇକବାଲର ପରିବାର ଥାନା ଆଗରେ ଧାରଣା ଦେବାରୁ ସହାୟତା ଭାବରେ ତା’ର ପରିବାରକୁ ୫୦ ଲକ୍ଷ ଟଙ୍କା ସହ ସରକାରୀ ଚାକିରି ଓ ଏକ ଡାଏରୀ ବୁଥ୍ ଦେବାକୁ ଘୋଷଣା କରିି ଜୟପୁର ପ୍ରଶାସନ ।