ଜଳୁଛି ଓଡିଶା । ରାଜ୍ୟରେ ୧୬ ସହରରେ ପାରଦ ୪୦ ପାର୍ । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ

169

କନକ ବ୍ୟୁରୋ: ତତଲା ତାୱାରେ ସିଝୁଛି ଓଡିଶା । ପ୍ରବଳ ଖରା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି ।

ନଜର ପକାନ୍ତୁ କେଉଁଠି କେତେ ରହିଛି ତାପମାତ୍ରା-
ବାରିପଦା-୪୪.୬ ଡିଗ୍ରୀ
ତାଳଚେର-୪୨.୭ ଡିଗ୍ରୀ
ବୌଦ୍ଧ-୪୨.୫ ଡିଗ୍ରୀ
ଝାରସୁଗୁଡା -୪୨.୨ ଡିଗ୍ରୀ
ବଲାଙ୍ଗିର-୪୨.୨ ଡିଗ୍ରୀ
ଟିଟିଲାଗଡ-୪୨ ଡିଗ୍ରୀ
ଅନୁଗୁଳ-୪୧.୯ ଡିଗ୍ରୀ
ସୋନପୁର-୪୧.୮ ଡିଗ୍ରୀ
ନୟାଗଡ-୪୧.୭ ଡିଗ୍ରୀ
ବାଲେଶ୍ୱର-୪୧.୪ ଡିଗ୍ରୀ
ସମ୍ବଲପୁର-୪୧.୩ ଡିଗ୍ରୀ
ଭବାନିପାଟଣା-୪୧ ଡିଗ୍ରୀ
ମାଲକାନଗିରି-୪୧ ଡିଗ୍ରୀ
କଟକ-୪୦.୫ ଡିଗ୍ରୀ
ହୀରାକୁଦ-୪୧.୪ ଡିଗ୍ରୀ
ସୁନ୍ଦରଗଡ-୪୧ ଡିଗ୍ରୀ