ଡହଡହ ଖରାରେ ସିଝୁଛି ସାରା ରାଜ୍ୟ ! ଆହୁରି ୩୬ ଘଣ୍ଟା ରହିବ ତାତି, ୪୦ ଡିଗ୍ରୀ ଉପରେ ୧୧ ସହର

Advertisment
ଡହଡହ ଖରାରେ ସିଝୁଛି ସାରା ରାଜ୍ୟ ! ଆହୁରି ୩୬ ଘଣ୍ଟା ରହିବ ତାତି, ୪୦ ଡିଗ୍ରୀ ଉପରେ ୧୧ ସହର
କନକ ବ୍ୟୁରୋ : ଟାଇଁ ଟାଇଁ ଖରା। ଘରୁ ବାହାରକୁ ବାହାରିବା ମୁସ୍କିଲ୍। ତା’ ସାଙ୍ଗକୁ ମୁଣ୍ଡ ଉପରେ ନିର୍ବାଚନ। ଯେତେ ଖରା ହେଲେ ବି ନେତାଙ୍କ ଲାଗି ପ୍ରଚାର କରୁଛନ୍ତି କର୍ମୀ। କିଏ ମୁଣ୍ଡରେ ଟୋପି ଲଗାଇ ତ ଆଉ କିଏ ଗାମୁଛା ଭିଡ଼ି ପ୍ରଚାର କରୁଛନ୍ତି। ଗତ ଦୁଇ ଦିନ ହେଲା ୪୩ ଡିଗ୍ରି ତାତିରେ ଟିଟିଲାଗଡ଼ରେ ଚାଲିଛି ଏଭଳି ପ୍ରଚାର। କେବଳ ଟିଟିଲାଗଡ଼ ନୁହେଁ। ପଶ୍ଚିମ ଓଡ଼ିଶାର ଅର୍ଧାଧିକ ସହରରେ ସମାନ ସ୍ଥିତି। ଚିନ୍ତାର ବିଷୟ ହେଉଛି ଯେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି।
ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ିଥିବା ବେଳେ ଉପକୂଳ ଓଡ଼ିଶାର କଟକ, ଭୁବନେଶ୍ବରରେ ବି ତାତି ବଢ଼ିଛି। ଭୁବନେଶ୍ବର ତାପମାତ୍ରା ୪୦.୨ ଡିଗ୍ରି ଥିବାବେଳେ କଟକରେ ୩୯.୪ ଡିଗ୍ରିରେ ପହଞ୍ଚିଛି। ଆସନ୍ତା ଦୁଇ ଦିନ ଧରି ଏଭଳି ପାଗ ଲାଗି ରହିବ। ତାପାମାତ୍ରାରେ ସାମାନ୍ୟ ଏପାଖ ସେପାଖ ହେବ। ତେବେ ଅପରାହ୍ଣରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ବହୁତ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe