ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ

Advertisment
ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଦୈତନଗରୀ । କୁହୁଡି ଯୋଗୁଁ ୧୦ ମିଟର ଦୂରରୁ କିଛି ଦେଖାଯାଉ ନାହିଁ । ବର୍ଷା ଭଳି କୁହୁଡି ପଡୁଛି । ରାସ୍ତାରେ ଲୋକମାନେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଗାଡି ଚାଳକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଞ୍ଚିବା ଏକ ପ୍ରକାର ମୁସକିଲ୍ ହୋଇପଡିଛି ।

ସେପଟେ, ‌ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି।

ଝାରସୁଗୁଡ଼ାଠାରେ ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହା ପରେ ୩ରୁ ୪ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅର୍ଥାତ୍‌ ରାଜ୍ୟରେ ଶୀତର ପ୍ରକୋପ କମିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe