ଘନ କୁହୁଡିରେ ଆଚ୍ଛାଦିତ ହେଲା ଟୁଇନସିଟି: ଗାଡି ଚଳାଚଳ ପ୍ରଭାବିତ; ଶହେ ମିଟର ଦୂରରୁ ଦେଖାଯାଉନି ମୁହଁ

119

କନକ ବ୍ୟୁରୋ:ରାଜ୍ୟରେ ଶୀତ ପ୍ରକୋପଠୁ ଅଧିକ ନାକେଦମ କରିଛି ଘନ କୁହୁଡି । ଆଜି ସକାଳେ ଟ୍ୱିନି ସିଟି ସମେତ ଉପକୂଳ ଅଂଚଳର କିଛି ସ୍ଥାନରେ ଘନକୁହୁଡି ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହୁଡି ଯୋଗୁଁ ୍ର ଶହେ ମିଟର ଦୂରରୁ ମୁହଁ ଦେଖାଯାଉନି । କୁହୁଡି ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷକରି ଉପକୂଳ ଓଡିଶା ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡିଶାର କିଛି ଅଂଚଳରେ ଘନକୁହୁଡି ବିଳମ୍ବିତ ରାତିରୁ ସକାଳା ଯାଏଁ ପଡିବ । ଏଥିପାଇଁ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ସକାଳେ ମଧ୍ୟ କିଛି ସ୍ଥାନରେ ଘନକୁହୁଡି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ରାୟଗଡା, କନ୍ଧମାଳ, ନୟାଗଡ, ବୌଦ୍ଧ କଟକ ଓ ଜଗତସିଂହପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ୧୬ ତାରିଖ ଆଡକୁ ସୁନ୍ଦରଗଡ, ଝାରୁସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।