ସକାଳୁ ସକାଳୁ ରାଜଧାନୀରେ ଘନ କୁହୁଡିର ଆସ୍ତରଣ: ବହଳ କୁହୁଡି ଯୋଗୁଁ କମ୍ ଦୃଶ୍ୟମାନ ହେଉଛି ରାସ୍ତାଘାଟ

125

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ୭ଟା ସମୟରେ ବିମାନବନ୍ଦର ଅଂଚଳରେ ମାତ୍ର ୮୦୦ ମିଟର ଭିଜିବିଲିଟି ରହି ଥିଲା । ବର୍ତମାନ ଆଗାମୀ କିଛି ଦିନ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

Comments are closed.