କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।
ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ୭ଟା ସମୟରେ ବିମାନବନ୍ଦର ଅଂଚଳରେ ମାତ୍ର ୮୦୦ ମିଟର ଭିଜିବିଲିଟି ରହି ଥିଲା । ବର୍ତମାନ ଆଗାମୀ କିଛି ଦିନ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/1-21.jpg)