ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି : ୧୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତା; ଲାଇଟ ଦେଇ ଗାଡି ଚଳାଚଳ କରୁଛନ୍ତି ଗାଡି ଚାଳକ

179

କନକ ବ୍ୟୁରୋ : କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି  । କୁହୁଡିର ସାନ୍ଦ୍ରତା ଏତେ ରହିଛି ଯେ ମୁହଁକୁ ମୁହଁ ଦେଖାଯାଉନି । ମାତ୍ର ଅଳ୍ପ କିଛି ଦୂରରୁ ଦେଖିବା ଅସମ୍ଭବ ହୋଇ ପଡିିଛି । ଫଳରେ ସକାଳୁ ସକାଳୁ ଯାତାୟତ କରିବା କଷ୍ଟକର ହୋଇଛି । ଲୋକମାନେ ଗାଡିର ଲାଇଟ୍ ଦେଇ ଯାତାୟତ କରୁଛନ୍ତି ।

ବିଶେଷ କରି କଟକ, ଖୋଦ୍ଧା. ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, ଢ଼େଙ୍କାନାଳ, ଅନୁଗୁଳ , କନ୍ଧମାଳ ଓ ମୟୂରଭଞ୍ଜରେ ଘନ କୁହୁଡି ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର କୁହୁଡି ପଡିଛି । ବଙ୍ଗୋପସାଗରେ ସୃଷ୍ଟ ଗୁରୁଚାପ କାରଣରୁ ଏଭଳି କୁହୁଡି ପଡୁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ।