ବେଳ ବୁଡିଲେ ମାଡି ଆସୁଛି କୁହୁଡି । ଶୀତ ସାଙ୍ଗକୁ ଲୋକଙ୍କୁ କଲବଲ କରୁଛି କୁହୁଡିର କର୍ଫ୍ୟୁ

223

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି କୁହୁଡିର କର୍ଫ୍ୟୁ । ଅନେକ ଜିଲ୍ଲାରେ କଲବଲ କରୁଛି ଘନ କୁହୁଡି । କୁହୁଡିର ମାତ୍ରା ଏତେ ଅଧିକ ହେଉଛି ଯେ ରାସ୍ତାଘାଟ କିଛି ଦେଖାଯାଉନି । ତେବେ ଗତ କିଛି ଦିନ ହେବ କୁହୁଡିର ମାତ୍ରା ଟିକେ କମ ଥିଲେ ହେଁ ପୁଣି ଏହା ଫେରିଛି ।


ସେପଟେ ଆସନ୍ତାକାଲି ମଧ୍ୟ ରାଜ୍ୟରେ ଦେଖା ଦେବ ଘନ କୁହୁଡି । ଏଥିପାଇଁ ଉପକୂଳ ଓଡିଶା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଜଗତସିଂହପୁର, ପୁରୀ, ଗଂଜାମ, ଭଦ୍ରକ ଜିଲ୍ଲା ପାଇଁ ଏହି ସତର୍କତା ଜାରି କରାଯାଇଛି ।

ସେହିପରି ୯ ଜିଲ୍ଲାରେ ଆସନ୍ତାକାଲି ମଧ୍ୟ କୁୁହୁଡି ଦେଖିବାକୁ ମିଳିବା ନେଇ ଆଗୁଆ ସୂଚନା ଦେଇଛି ପାଣିପାଗ ବିଭାଗ । ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡାରେ ଏହି କୁହୁଡି ଦେଖିବାକୁ ମିଳିବ ।

ତେବେ ଗତକାଲି ଅପେକ୍ଷା ଆଜି କୁହୁଡିର ମାତ୍ରା କମିଥିବା କହିଛନ୍ତି ପାଣିପାଗ ବିଭାଗ ଡ୍ୟୁଟି ଅଫିସର । ଘନ କୁହୁଡି କାରଣରୁ ଏନଏଚ ୪୫, ଏନଏଚ ୧୬, ଏନଏଚ ୬୦ରେ ଗାଡି ଚଳାଚଳ ବିଶେଷ ଭାବରେ ପ୍ରଭାବିତ ହେବାର ସଂଭାବନା ଥିବା ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।