ଶୀତ ନାହିଁ ହେଲେ ଜମୁଛି କୁହୁଡି । ଧଳା ଚାଦରରେ ସକାଳୁ ସକାଳୁ ଘୋଡ଼ାଇ ହୋଇଛି ଭୁବନେଶ୍ୱର ସମେତ ଅସ୍ତରଙ୍ଗ। ଆସନ୍ତା ୩ ଦିନ ଘନ କୁହୁଡି ନେଇ ପାଣିପାଗ ବିଭାଗର ସୂଚନା

266

କନକ ବ୍ୟୁରୋ: ରାଜଧାନୀର ରାସ୍ତା, ଆଉ ଘନ କୁହୁଡ଼ି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ଶୀତ କମ୍ ହେଉଥିଲେ ମଧ୍ୟ ସକାଳୁଆ କୁହୁଡ଼ି ଚାରିଆଡ଼େ ଖେଳି ରହୁଛି । ଲାଗୁଛି ସତେଯେମିତି କିଏ ରାଜଧାନୀକୁ ଧଳା ଚାଦରରେ ଘୋଡ଼ାଇ ରଖିଛି । ରାଜଧାନୀର କୁହୁଡ଼ି ଯୋଗୁଁ ବିଶେଷକରି ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି ।

ମାତ୍ର କିଛି ମିଟରକୁ ବାଦ୍ ଦେଲେ କୁହୁଡ଼ି ପାଇଁ ଦୁରକୁ ଦେଖିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଗାଡ଼ି ଚାଳକ ମାନେ ବେଶ ସତର୍କତାର ସହ ଗାଡ଼ି ଚଳାଇବା ଆବଶ୍ୟକତା ହୋଇପଡ଼ୁଛି । ଡ଼ିସେମ୍ବର ମାସର ଅଧା ହେଲାଣି କିନ୍ତୁ ଶୀତର ଦେଖାନାହିଁ । ତେବେ ଆସନ୍ତା ୩ ଦିନ ଧରି ରାଜ୍ୟରେ ସକାଳୁଆ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ।

ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଘନ କୁହୁଡ଼ିର ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ଜିଲ୍ଳା ଅସ୍ତରଙ୍ଗରେ କୁହୁଡ଼ି ପଡ଼ିଥିବାରୁ ଲୋକେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ରାସ୍ତା ଘାଟ ଘର ଦ୍ୱାର ଗଛପତ୍ର ଉପରେ ପଡ଼ି ରହିଛି । ଏପରିକି କାକର ବର୍ଷା ମଧ୍ୟ ହେଉଛି । ଲୋକେ ଗାଡ଼ି ଚଳାଚଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାସ୍ ଅଳ୍ପ କିଛି ମିଟର ଦୁରରୁ କିଛି ଦେଖିବା ସମ୍ଭବ ହେଉନାହିଁ । ଚାରିଆଡ଼ ଧୂଆଁଳିଆ ଦେଖାଯାଉଛି । ଲୋକେ ସତର୍କତାର ସହ ଗାଡ଼ି ଚଳାଇବା ଆବଶ୍ୟକତା ହୋଇପଡ଼ୁଛି ।