କୋଣାର୍କରେ ଘନ କୁହୁଡ଼ିର ଆସ୍ତରଣ : ଅଦୃଶ୍ୟ ହୋଇଗଲା ବିଶ୍ୱ ଐତିହ୍ୟ ବ୍ଲାକ ପାଗୋଡ଼ା

ପ୍ରାୟ ୧୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ; ଯାତାୟତ ପ୍ରଭାବିତ

162

କନକ ବ୍ୟୁରୋ : କୋଣାର୍କରେ ଘନ କୁହୁଡ଼ିର ଆସ୍ତରଣ । ଅଦୃଶ୍ୟ ହୋଇଗଲା ବିଶ୍ୱ ଐତିହ୍ୟ ବ୍ଲାକ ପାଗୋଡ଼ା । ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି ବଳୟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ପ୍ରାୟ ୧୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ । ଯାତାୟତରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗତ ୩ ଦିନ ହେଲାଣି କୁହୁଡ଼ି ଲାଗି ରହିଥିଲେ ଆଜି ଅଧିକ ମାତ୍ରାରେ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ରାଜ୍ୟ ବାହାରର କିଛି ପର୍ଯ୍ୟଟକ କୁହୁଡ଼ିର ମଜା ନେବା ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଆସନ୍ତା ୩ ଦିନରେ ରାଜ୍ୟର ରାତି ତାପମାତ୍ରା ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଅପରପକ୍ଷେ ଆଜି ସକାଳୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି ହୋଇଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବର ସମେତ ଅଧିକାଂଶ ସ୍ଥାନର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ।