ରାଜଧାନୀରେ କୁହୁଡିର କର୍ଫ୍ୟୁ ! ପୂରା ଭୁବନେଶ୍ୱରକୁ କବଜା କରି କଲବଲ କଲା କୁହୁଡି । ରାସ୍ତାରେ ୧୦ ମିଟର ଯାଏଁ କିଛି ବି ଦେଖାଗଲାନି, ଗାଡି ଚଳାଚଳ ବାଧାପ୍ରାପ୍ତ

154

କନକ ବ୍ୟୁରୋ: ରାଜଧାନୀରେ କୁହୁଡିର କର୍ଫ୍ୟୁ । ପୂରା ରାଜଧାନୀ କୁ କବଜା କଲା କୁହୁଡି । ସକାଳେ ସକାଳେ ଘନ କୁହୁଡିର ଆସ୍ତରଣ ଏତେ ଅଧିକ ଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏମିତିକି ଅତି ପାଖରୁ ଅର୍ଥାତ ୧୦ ମିଟର ଯାଏଁ କିଛି ଦିଶୁ ନଥିଲା । ଯୁଆଡେ ଚାହିଁଲେ ଖାଲି କୁହୁଡି ଆଉ କୁହୁଡି ଦେଖା ଯାଉଥିଲା । ପୂରା ରାଜଧାନୀ କୁହୁଡି କବଳରେ ଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସେପଟେ କୁହୁଡି ପାଇଁ ଦୁଇ ଦିନ ତଳେ ପାଗ ମେଘୁଆ ଥିବାରୁ ଆଉ ବର୍ଷା ହେଉଥିବାରୁ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡି । ରାଜ୍ୟ ପାଣିପାଗ ପୁଣି ବଦଳିବା ସହିତ ଗତ ଦୁଇ ଦିନ ଧରି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି କୁହୁଡି । ବର୍ଷା ଛାଡିବା ପରେ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି । ରାଜଧାନୀ ଭୁବନେଶ୍ୱର, କଟକ ସହିତ ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ କଲବଲ କରିଛି କୁହୁଡି । ଏଥିପାଇଁ ଗମନା ଗମନ ଓ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

ସେପଟେ କୁହୁଡି ପାଇଁ ୨୯ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥାନେ ସ୍ଥାନେ ୨ଶହ ମିଟର ଯାଏଁ ରାସ୍ତା ଦେଖାଯାଇନପାରେ ବୋଲି ଆଗୁଆ ସୂଚନା ଜାରି କରିଥିଲା ଆଂଚଳିକ ପାଣିପାଗ କେନ୍ଦ୍ର ।