ଉତ୍ତର ଭାରତରେ ତାଣ୍ଡବ ରଚିଲା ଭୂକମ୍ପ: ଭୟଙ୍କର ଭୂକମ୍ପରେ ପିଓକେରେ ୫ ମୃତ, ୫୦ ଆହତ । କ୍ଷୟକ୍ଷତି ବଢିବା ଆଶଙ୍କା

Advertisment
ଉତ୍ତର ଭାରତରେ ତାଣ୍ଡବ ରଚିଲା ଭୂକମ୍ପ: ଭୟଙ୍କର ଭୂକମ୍ପରେ ପିଓକେରେ ୫ ମୃତ, ୫୦ ଆହତ । କ୍ଷୟକ୍ଷତି ବଢିବା ଆଶଙ୍କା

କନକ ବ୍ୟୁରୋ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ କାଶ୍ମୀରରେ ବି ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ପଞ୍ଜାବ ଓ ହରିୟାଣାରେ ବି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଅନୁମାନ କରାଯାଉଛି ପାକିସ୍ଥାନରେ ଭୂକମ୍ପର କେନ୍ଦ୍ର ରହିଥିଲା ।

ପାକ ଅଧିକୃତ କାଶ୍ମୀରରେ ଭୂକମ୍ପର କେନ୍ଦ୍ର ଥିବାବେଳେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ବୋଲି ଜଣାପଡିଛି । ଭୂମିକମ୍ପ ପ୍ରଭାବରେ ପାକ ଅଧିକୃତ କାଶ୍ମୀରରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି । ପିଓକେର ମିରପୁରରେ ଭୂମିକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ସୂଚନା ଥାଉ କି ଏହି ମାସ ୯ ତାରିଖରେ ମଧ୍ୟ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା ।

ଅପରାହ୍ନ ୧୨.୧୦ ସମୟରେ ଜମ୍ମୁ କଶ୍ମୀରରେ ୫.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ହିମାଚଳ ପ୍ରଦେଶର ଚମ୍ଭାଠାରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଥିଲା ।ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଥରେ ଭୂକମ୍ପ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe