ଟ୍ରେନ ଚାଲୁଛି ନା ମଣିଷ ଧାଉଁଛନ୍ତି ? ଲୋକଙ୍କ ଭିଡରେ ଦେଖାଯାଉନି ଟ୍ରେନ, ଲୁଚିଯାଇଛି ଟ୍ରାକ୍ । ଜାଣନ୍ତୁ ଏତେ ଭିଡରେ କେଉଁଠି ଚାଲେ ଏମିତ ଟ୍ରେନ ?

467

କନକ ବ୍ୟୁରୋ: ଟ୍ରେନ ଭିତରେ ଅସମ୍ଭାଳ ଭିଡ । ଟ୍ରେନ ଉପରେ ହାଉଜାଉ ଲୋକ । ବସିବାକୁ ଟିକେ ଜାଗା ନଥିବାରୁ ଟ୍ରେନ ଉପରେ, ଟ୍ରେନ ବାହାରେ ଓହଳିଛନ୍ତି ଲୋକେ । ଭିଡ ଏମିତି ଅସମ୍ଭାଳ ହୋଇଛି ଯେ ଇଞ୍ଜିନ ସାମ୍ନାରେ ବି ଲୋକେ ଛିଡା ହୋଇ ଯାତ୍ରା କରୁଛନ୍ତି । ତେବେ ଦୂରରୁ ଏ ଦୃଶ୍ୟକୁ ଦେଖିଲେ ଯେ କେହି ବି ଭ୍ରମରେ ପଡିଯିବ କି ଟ୍ରାକ ଉପରେ ଟ୍ରେନ ଚାଲୁଛି ନା ମଣିଷମାନେ ଧାଡି କରି ଧାଉଁଛନ୍ତି ।

ଭାରତୀୟ ରେଳ ସେବାରେ ଟ୍ରେନ ଭିତରେ ଭିଡ ହୁଏ । ଛୁଟି କିମ୍ବା କୌଣସି ମେଳା ମହୋତ୍ସବ ସମୟରେ ଭିଡଲାଗେ । ସ୍ଥିତି ଏମିତି ହୁଏ କି ଲୋକେ ବିଭିନ୍ନ ବିପଦକୁ ସମ୍ମୁଖୀନ କରି ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକ ପରସ୍ପର ଉପରେ ଚଢିଥିବାର ଦେଖିବାକୁ ମିଳିଥାଏ । ଏମିତି ଲାଗିଥାଏ ଯେ ଯେମିତି ପରସ୍ପର ଉପରେ ଚଢି ରେଳ ଧାରଣା ଉପରେ ଦୌଡୁଥାନ୍ତି ।

ତେବେ ଏହି ଦେଶର ନାମ ହେଉଛି ବାଂଲାଦେଶ । ହଜ ପରେ ଏଠାରେ ଅଧିକ ସଂଖ୍ୟାରେ ମୁସଲମାନ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥାଏ । ଆଉ ଏହି ଉତ୍ସବର ନାଁ ବିଶ୍ୱ ଇଜତେମା । ବାଂଲାଦେଶର ରାଜଧାନୀ ଢାକାର ନିକଟରେ ଥିବା ଟୋଙ୍ଗି ଅଂଚଳର ତୁରଙ୍ଗ ନଦୀ ନିକଟରେ ଏହି ଉତ୍ସବର ଆୟୋଜନ ହୋଇଥାଏ । ଦୁଇ ଦିନିଆ ଧାର୍ମିକ ସମ୍ମିଳନୀ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି । ଲୋକମାନେ ଟ୍ରେନ ଭିତର ସହ ବାହାରେ ଏମିତିକି ଟ୍ରେନର ଛାତ ଉପରେ ମଧ୍ୟ ବସି ଯାଇଥାନ୍ତି ।

ଅତି ବିପଦସଂକୁଳ ଅବସ୍ଥାରେ ଯାତ୍ରା କରୁଥିଲେ ବି କେହି ନିଜ ଜୀବନ ପ୍ରତି ଭୃକ୍ଷେପ କରିନଥାନ୍ତି । ଉତ୍ସବରେ ହଜରୁ ଫେରିଥିବା ମୁସଲମାନ ଧର୍ମାବଲମ୍ବୀମାନେ ଯୋଗ ଦେଇଥାନ୍ତି । ଏହି ଧାର୍ମିକ ସମ୍ମିଳନୀ ପାଇଁ ୧୯୬୭ ମସିହାରେ ଢାକା ନିକଟରେ ୧୬୦ ଏକର ଜମି ଆବଣ୍ଟିତ କରାଯାଇଥିଲା । ଆସନ୍ତା ଜାନୁୟାରୀ ୧୭ରୁ ୧୯ ତାରିଖ ଯାଏଁ ଏହି ଧାର୍ମିକ ଉତ୍ସବ ଆୟୋଜିତ ହୁଏ ।

Comments are closed.