ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍: ଜନ ଧନ ଟଙ୍କା ପାଇଁ ଜନତାଙ୍କ ଭିଡ୍ , ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତାକୁ ଫୁ…ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଅଭାବନୀୟ ଚିତ୍ର ।

491

କନକ ବ୍ୟୁରୋ: ରାତି ପାହିଲେ ବ୍ୟାଙ୍କ ଆଗରେ ଲାଗୁଛି ଲମ୍ବା ଧାଡି । ଲଗାଲଗି ହୋଇ ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି । ଆଉ ଯେତେବେଳେ ବ୍ୟାଙ୍କ ଖୋଲିବା ସମୟ ହେଇଯାଉଛି ଭିଡ ଆଉ ନିୟନ୍ତ୍ରଣରେ ରହୁନି । ନା ମୁହଁରେ ମାସ୍କ ଅଛି ନା ଜଣ ଜଣଙ୍କ ଭିତରେ ସାମାଜିକ ଦୂରତା ।

କିଏ ଜନଧନ ଟଙ୍କା ନେବାକୁ ଆସିଛନ୍ତି ତ ଆଉ କିଏ ଅନ୍ୟ କାମରେ ଆସିଛନ୍ତି ବ୍ୟାଙ୍କ । ହେଲେ ଲକଡାଉନକୁ କେହି ମାନୁନାହାଁନ୍ତି । କରୋନା କଟକଣା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ନିୟମକୁ ମାନୁଛି କିଏ ।

ଖାତାକୁ ଟଙ୍କା ଆସୁ ଆସୁ ବ୍ୟାଙ୍କ ଆଗରେ ଲାଗିଯାଉଛି ଲମ୍ବା ଧାଡି । ଟଙ୍କା ଉଠାଇବାକୁ ସମସ୍ତେ ରୁଣ୍ଡ ହୋଇଯାଉଛନ୍ତି । ହେଲେ ସବୁ କଟକଣାକୁ ଯେପରି ଫୁ କରିଦେଇଛନ୍ତି । ଚାନ୍ଦବାଲିର ଏଦୃଶ୍ୟ ଦେଖିଲେ ମନେହେଉଛି ଯେପରି ସରକାରଙ୍କ ନିୟମ ପ୍ରହସନ ପାଲଟିଛି ଏମାନଙ୍କ ପାଇଁ ।

କରୋନା ଭଳି ଅଜଣା ଅଶୁଣା ଓ ଅଦୃଶ୍ୟ ଭୂତାଣୁ ସହ ଲଢିବା ପାଇଁ ସରକାର ଦେଶରେ ଲକଡାଉନ୍ ଲାଗୁ କରିଛନ୍ତି । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି । ଗରିବମାନଙ୍କ ପାଖରେ ଖାଦ୍ୟ ଓ ଟଙ୍କା ପହଁଚାଇବାକୁ ବ୍ୟବସ୍ଥା କରିଛନ୍ତି । ହେଲେ ଗ୍ରାମାଂଚଳର ଏଦୃଶ୍ୟ କହୁଛି, ସରକାରଙ୍କ ନିୟମ ପ୍ରତି ଲୋକେ କେତେ ସଚେତନ । ଦେବଗଡର ବ୍ୟାଙ୍କ ସାମ୍ନାରେ ଲୋକେ ସାମାଜିକ ଦୂରତ୍ୱ ନମାନିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।