ଅଯୋଧ୍ୟାରେ ରାମ ଲହର । ରାମଲଲ୍ଲାଙ୍କ ଦର୍ଶନ ପାଇଁ ରାମପଥରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା ।

82

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ବଡି ଭୋରରୁ ରାମ ପଥରେ ଦର୍ଶନ ପାଇଁ କିଲୋମିଟର କିଲୋମିଟର ବ୍ୟାପୀ ଲମ୍ବା ଧାଡି ବାନ୍ଧିଛନ୍ତି ଲକ୍ଷାଧିକ ରାମ ଭକ୍ତ । ପ୍ରବଳ ଭିଡ ସତ୍ୱେ ରାମଲଲାଙ୍କ ଦର୍ଶନ ବନ୍ଦ କରାଯାଇ ନାହିଁ । ପ୍ରଥମ ଦିନରେ ୫ଲକ୍ଷ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିଛନ୍ତି ।

ରାମଜନ୍ମଭୂମୀ ଅଯୋଧ୍ୟା ପହଞ୍ଚୁଥିବା ଭକ୍ତଙ୍କ ଭିଡକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ସହରକୁ ଯାନବାହନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୟୁପି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୟୁପି ଆଇନଶୃଙ୍ଖଳା ଡିଜି ପ୍ରଶାନ୍ତ କୁମାର ନିଜେ ରାମ ମନ୍ଦିର ପରିସରରେ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସେପଟେ ଅଯୋଧ୍ୟା ଆସୁଥିବା ଭକ୍ତଙ୍କୁ ବାରବାଙ୍କୀରୁ ଆଗକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଯୋଧ୍ୟାଠୁ ବାରବାଙ୍କୀର ଦୂରତା ପାଖାପାଖି ଶହେ କିଲୋମିଟର । ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିବାରୁ ସବୁ ଗାଡିର ରୁଟ ପରିବର୍ତନ କରାଯାଇଛି ।