କନକ ବ୍ୟୁରୋ : ନୂଆବର୍ଷର ପୂର୍ବ ଦିନ ଅର୍ଥାତ୍ ୨୦୨୩ର ଶେଷ ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ନିଜର ପରିବାର ସହ ନନ୍ଦନକାନନ ବୁଲି ଆସିଛନ୍ତି । ରବିବାର ଛୁଟିଦିନ ଥିବାରୁ ନନ୍ଦନକାନନରେ ଏପରି ଭିଡ଼ ଦେଖିବାକୁ ମିଳିଛି । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା ମିଳିଛି ।
ସୋମବାର ନୂଆବର୍ଷ ପଡ଼ୁଥିବାରୁ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପରିସରରେ ଥିବା ବଟାନିକାଲ ଗାର୍ଡେନ୍ରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।