ସକାଳୁ ସକାଳୁ ଘନ କୁହୁଡି: ଜାଡରେ ଥରୁଛି ସୋନପୁର, ୧୦ ଡିଗ୍ରୀ ତଳେ ପାରଦ; ସକାଳେ ପ୍ରବଳ ଥଣ୍ଡା ଓ କୁହୁଡିକୁ ନେଇ ଲୋକେ ଅସ୍ତବ୍ୟସ୍ତ

Advertisment
ଖସୁଛି ରାତି ପାରଦ, ବଢ଼ୁଛି ଶୀତ: ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ଖସିବ; ପରେ ଅପରିବର୍ତିତ ରହିବ ପାଣିପାଗ

କନକ ବ୍ୟୁରୋ: ଶୀତରେ ଥରୁଛି ଅଧା ଓଡିଶା । ଏହାରି ଭିତରେ ସୋନପୁରରେ ପାରଦ ଏବେ ୧୦ ଡିଗ୍ରୀ ତଳକୁ ଖସି ଆସିଲାଣି । ସୁବର୍ଣ୍ଣପୁର ଜିଲ୍ଲାରେ ଦିନରେ ତାପମାତ୍ରାରେ ହ୍ରାସ ପାଇବାରେ ଲାଗିଛି । କିଛି ସ୍ଥାନରେ ତାପମାତ୍ରା ଏତେ କମ୍ ରହିଛି , ଯେ ସକାଳ ୧୦ଟା ଯାଏଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରିଛନ୍ତି ।

ଗତ କିଛି ଦିନ ହେବ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ସହର ଅପେକ୍ଷା ଗ୍ରାମାଂଚଳରେ ଶୀତ ଅଧିକ ଅନୁଭୂତ ହେଉଛି । ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସକାଳେ ସକାଳେ ଘନ କୁହୁଡି କାରଣରୁ ଲୋକେ ଯିବା ଆସିବାରେ ସମସ୍ୟାର ଶିକାର ହେଉଛନ୍ତି । ସେପଟେ ଶ୍ରମିକ ଶ୍ରେଣୀର ଲୋକେ ଏପରି ଜାଡରେ ବେଶ୍ ସମସ୍ୟାର ଶିକାର ହୋଇଛନ୍ତି ।

ସେପଟେ, ଆଜି ସକାଳୁ ସକାଳୁ ରାଜଧାନୀରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଓଡିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହି କାରଣରୁ ଆକାଶ ପରିଷ୍କାର ରହିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଥିବାରୁ ଏପରି କୁହୁଡିଆ ପରିବେଶ ସୃଷ୍ଟି ହେଉଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆଜି ସକାଳେ ବିମାନବନ୍ଦର ଅଂଚଳରେ ଆଂଶିକ କୁହୁଡି ଏବଂ ପଟିଆ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ୭ଟା ସମୟରେ ବିମାନବନ୍ଦର ଅଂଚଳରେ ମାତ୍ର ୮୦୦ ମିଟର ଭିଜିବିଲିଟି ରହି ଥିଲା । ବର୍ତମାନ ଆଗାମୀ କିଛି ଦିନ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe