ବ୍ରହ୍ମଗିରିରେ ଜମୁଛି ଉପାସନାଙ୍କ ପ୍ରଚାର । ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ଜନସାଧାରଣଙ୍କୁ କଲେ ଭୋଟ ଅପିଲ ।

324

କନକ ବ୍ୟୁରୋ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ଜମୁଛି ପ୍ରଚାର । ରାତିରେ ପ୍ରଚାର କରିଛନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ବ୍ରହ୍ମଗିରି ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ହଜାର ହଜାର ସମର୍ଥକଙ୍କୁ ଧରି ଲୋକଙ୍କ ପାଖରେ ପହଞ୍ଚିିଛନ୍ତି ଉପାସନା । ମାଟିର ଝିଅକୁ ଆଶୀର୍ବାଦ କରି ବଜୟୀ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ପାଇକେରାପୁରଠାରୁ ବାଇକ୍ ରାଲିରେ ବାହାରି କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଖେଳ ପଡ଼ିଆରେ ଆଶୀର୍ବାଦ ସଭାରେ ଯୋଗ ଦେଇଥିଲେ । ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପାସନାଙ୍କ ସାଙ୍ଗରେ ଆସି ଭୋଟ ଭିକ୍ଷା କରିଛନ୍ତି ।