ଉପନିର୍ବାଚନ ପ୍ରଚାର ମଇଦାନରେ ଜୋରଦାର ଲଢେଇ । ଗାଁ ଗାଁରେ ବୁଲୁଛନ୍ତି ନେତା ମନ୍ତ୍ରୀ । ବାଲେଶ୍ୱରରେ ଭୋଟରଙ୍କୁ ମନେଇବା ପାଇଁ ଚାଲଛି ଜୋରଦାର ଉଦ୍ୟମ । ତିର୍ତୋଲ ଜିତିବାକୁ ୩ ପ୍ରମୁଖ ଦଳର ରଣନୀତି ।

122

କନକ ବ୍ୟୁରୋ : ତିର୍ତୋଲ-ବାଲେଶ୍ୱର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଇଦାନରେ ଲଢେଇ ସେତିକି ଜୋରଦାର ହେଉଛି । ଗାଦି ହାତେଇ ସ୍ୱାଭିମାନ ବଂଚେଇବା ପାଇଁ ଗାଁ ଗାଁରେ ବୁଲୁଛନ୍ତି ନେତା ମନ୍ତ୍ରୀ । ବାଲେଶ୍ୱର ଓ ତିର୍ତୋଲରେ ଭୋଟରଙ୍କୁ ମନେଇବା ପାଇଁ ଚାଲଛି ଜୋରଦାର ଉଦ୍ୟମ ।

୨୦୧୯ରେ ବାଲେଶ୍ୱର ଆସନ ବିଜେପି ଅକ୍ତିଆର କରିଥିବା ବେଳେ ଉପନିର୍ବାଚନରେ ମଧ୍ୟ ଗାଦି ହାତେଇବା ପାଇଁ ଲାଗି ପଡିଛନ୍ତି ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ । ବିଜେଡି ବି ଖୁବ୍ ଜୋରସୋରରେ ପୁରୁଣା ସ୍ଥାନ ଅଧିକାର କରିବା ପାଇଁ ଲଢେଇ କରୁଛି । ସେପଟେ ତିର୍ତୋଲ ଆସନ ଜିତିବାକୁ ୩ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ କରିଛନ୍ତି ।

ବାଲେଶ୍ୱର ସଦରରେ ଟିକେଟ ବଂଟନକୁ ନେଇ କୌଣସି ଅସନ୍ତୋଷ ନାହିଁ । ଟିକେଟକୁ ନେଇ ବାଲେଶ୍ୱର ବିଜେଡିରେ ଅସନ୍ତୋଷ ଥିବା ଚର୍ଚ୍ଚା ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ମତ ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ଦଳ ଏକଜୁଟ ଅଛି । ଏଠାରେ ବିଜେଡି ପ୍ରାର୍ଥୀ ହିଁ ଜିତିବେ ଓ ବାଲେଶ୍ୱରର ବିକାଶକୁ ଆଗେଇ ନେବେ ।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ବାଲେଶ୍ୱରର ବିକାଶ ପଛରେ ରହିଛି । ଆଉ ଏହାର କାରଣ ହେଉଛି ସଂପୃକ୍ତ ନିର୍ବାଚନମଣ୍ଡଳୀର ଜନପ୍ରତିନିଧ ଦେଢବର୍ଷ ଭିତରେ ଠିକ ଭାବେ କାମ କରିନାହାନ୍ତି କି ଏହାକୁ ଠି ଭାବେ ଉପସ୍ଥାପିତ କରିନାହାନ୍ତି ।