କନକ ବ୍ୟୁରୋ : କମେଂଟମରାକୁ ନେଇ ଗାଁରେ ବୋମାମାଡ । ଜଣେ ମୃତ, ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଭଂଜନଗର ଦଦରାଲୁଣ୍ଡା ଗାଁରେ ଘଟିଛି ଏପରି ଘଟଣା । ଗାଁରେ କମେଂଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ପରେ ଗତକାଲି ରାତିରେ ଘନ ଘନ ବୋମାମାଡ ହୋଇଥିଲା । ଏଥିରେ ୪ ଗୁରୁତର ହୋଇଥିଲେ । ଆହତଙ୍କୁ ଭଂଜନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ପହଁଚି ଗାଁରେ ତଦନ୍ତ ଆରମ୍ଭ କରିଛି । ଗାଁରେ ତିନୋଟି ସ୍ଥାନରେ ବୋମାମାଡ ହୋଇଥିବା ଜଣାପଡିଛି ।
ଭଞ୍ଜନଗର ଦଦଲାଲୁଣ୍ଡା ଗାଁରେ ଘନ ଘନ ବୋମାମାଡ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣେ ମୃତ, ୩ ଗୁରୁତର
/kanak/media/post_attachments/wp-content/uploads/2020/08/jmhmkjhmjkh.jpg)