କନକ ବ୍ୟୁରୋ : ବାହାରେ ‘ଫନି’ ପ୍ରଳୟ ଚାଲିଥିଲା, ହେଲେ ଶ୍ରୀମନ୍ଦିର ରୋଷ ଘରେ ଚାଲିଥିଲା ରୋଷେଇ। ମହାପ୍ରଭୁଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହେଉଥିଲା। ହେଲେ ଦିନ ପ୍ରାୟ ୧୧ଟା ବେଳକୁ ହଠାତ୍ ମାଡ଼ି ଆସିଲା ପବନ। ତୀବ୍ର ବେଗରେ ପବନ ସହ ବର୍ଷାପାଣି ସିଧା ପଡ଼ିଲା ଗରମ ଘିଅ ଉପରେ। ଗରମ ଘିଅରେ ପାଣି ପଡ଼ିବାରୁ ତାହା ହୁତୁହୁତୁ ହୋଇ ଜଳିଥିଲା। ଏଥିରେ ଜଣେ ସୁଆରଙ୍କ ହାତ ଜଳି ଯାଇଥିବା ଜଣାପଡ଼ିଛି।
ତେବେ ପ୍ରବଳ ଝଡ଼, ତା ସାଙ୍ଗକୁ ବର୍ଷା। ତଥାପି ଭକ୍ତଙ୍କ ଆଗମନ ବନ୍ଦ ହୋଇନଥିଲା ଶ୍ରୀମନ୍ଦିରକୁ। ଭକ୍ତ ଆସିଥିଲେ, ହୁଣ୍ଡିରେ ଦାନ ବି ଦେଇଥିଲେ। ମାତ୍ର ତାହା ଅତି କମ୍। ଗତ ୨୦ ବର୍ଷ ମଧ୍ୟରେ ଏତେ କମଦାନ ହୁଣ୍ଡିରେ ପଡ଼ି ନଥିଲା। ବାତ୍ୟା ଦିନ ହୁଣ୍ଡିର ମୋଟ ଦାନ ଥିଲା ମାତ୍ର ୭୭୯ ଟଙ୍କା। ଯାହା ୯୯ ମହାବାତ୍ୟାଠାରୁ ବି କମ୍। ୩ ତାରିଖରେ ପ୍ରଳୟଙ୍କରୀ ‘ଫନି ସମଗ୍ର ପୁରୀରେ କମ୍ପନ ସୃଷ୍ଟି କରିଦେଲା। ସବୁ କିଛି ଅସଜଡ଼ା କରିଦେଲା। ଶ୍ରୀମନ୍ଦିର ନୀତି ଅଧିକାରୀ ତଥା ହୁଣ୍ଡି ଗଣନା ଦାୟିତ୍ବରେ ଥିବା ଆରଏନଙ୍କ ଦାଶଙ୍କ ସୂଚନା ଅନୁଯାୟୀ, ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ମହାବାତ୍ୟା ଦିନ ହୁଣ୍ଡିରେ ୧୦୦୧ ଟଙ୍କା ଦାନ ପଡ଼ିଥିଲା। ଯାହା ସେହିଦିନ ପର୍ଯ୍ୟନ୍ତ ସବୁଠୁ କମ୍ ଥିଲା। ମାତ୍ର ୩ ତାରିଖରେ ହୁଣ୍ଡି ଗଣାଯିବା ବେଳେ ବାହାରିଥିଲା ମାତ୍ର ୭୭୯ ଟଙ୍କା।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Puri-Jagannath-Temple-768x500.jpg)