ଉପରମୁଣ୍ଡରେ ଲଘୁଚାପ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ: ଯାଜପୁର କଂଟାପଡା ପୋଲ ନିକଟରେ ଏକାଧିକ ସ୍ଥାନରେ ଘାଇ; ୫୦ ଫୁଟର ଘାଇ ପରେ ପାଣିରେ ଓଲଟିଲା ଟ୍ରକ୍

ଉପରମୁଣ୍ଡରେ ଲଘୁଚାପ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ: ଯାଜପୁର କଂଟାପଡା ପୋଲ ନିକଟରେ ଏକାଧିକ ସ୍ଥାନରେ ଘାଇ; ୫୦ ଫୁଟର ଘାଇ ପରେ ପାଣିରେ ଓଲଟିଲା ଟ୍ରକ୍

କନକ ବ୍ୟୁରୋ: ଲଘୁଚାପ ଫଳରେ ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶାଖାନଦୀ କାଣୀନଦୀର ଜଳସ୍ତର ବି ବଢୁଛି । ଏହାଦ୍ୱାରା ଯାଜପୁର ଦଶରଥପୁର ବ୍ଲକର କଂଟାପଡା ଅଂଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କଂଟାପଡା ପୋଲଠାରୁ ମାତ୍ର ୫ ମିଟର ମଧ୍ୟରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇଛିି ।

publive-image

ଏବର୍ଷ ମଧ୍ୟ ଅତ୍ୟଧିକ ବନ୍ୟାଜଳ ଓ ଦୁର୍ବଳ ନଦୀବନ୍ଧ ଯୋଗୁଁ ବିଳମ୍ବିତ ରାତିରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବା ଦେଖାଯାଇଛି । ବନ୍ୟାପାଣି ଆସିବା ଫଳରେ ଗୋଟିଏ ବାଲିବସ୍ତା ବୋଝେଇ ଟ୍ରକ ମଧ୍ୟ ପୋଲ ଉପରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଦୁର୍ବଳ ନଦୀବନ୍ଧ ଯୋଗୁଁ ଗତ ୬ ବର୍ଷ ମଧ୍ୟରେ ଏଠାରେ ୪ ଥର ଘାଇ ସୃଷ୍ଟି ହେଲାଣି । ତଥାପି ମରାମତି ଅତି ଦୁର୍ବଳ ରହୁଥିବାରୁ ଏବଂ ନିମ୍ନ ମାନର କାମ କାରଣରୁ ବାରମ୍ୱାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe