ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ ! ୭ ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ୟୋଲୋ ୱାର୍ଣ୍ଣିଂ ଜାରି

Advertisment
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା । ୭ ଜିଲ୍ଲାକୁ ଅଂରେଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ଉତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,ଦେବଗଡ଼ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ମୟୁରଭଂଜ,ବାଲେଶ୍ୱର, ଯାଜପୁର, ଭଦ୍ରକ କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ସମୁଦ୍ର ଭିତରକୁ ମତ୍ସଜୀବଙ୍କୁ ନଯିବା ପାଇଁ କୁହାଯାଇଛି ।

ଅପରପକ୍ଷେ ମୌସୁମୀ ଟ୍ରଫ୍‌ ଲାଇନ୍‌ର ପୂର୍ବଭାଗ ବରେଲି, ଆଲ୍ଲାହାବାଦ, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି, ହୋଇ ଦକ୍ଷିଣ-ପୂର୍ବ ଆଡ଼କୁ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ବ୍ୟାପିଛି। କିନ୍ତୁ ଏହାର ପଶ୍ଚିମ ଭାଗ ଏବେ ବି ହିମାଳୟ ପାଦଦେଶ ଆଡ଼କୁ ଗତି କରୁଛି। ଲଘୁଚାପର ପ୍ରଭାବରେ ମୌସୁମୀ ଟ୍ରଫ୍‌ ଲାଇନ୍‌ର ପୂର୍ବ ଭାଗ ଏବେ ନିଜ ପାରମ୍ପରିକ ସ୍ଥାନକୁ ଫେରିଛି। ଫଳରେ ଗତ କିଛି ଦିନ ହେଲା ରାଜ୍ୟରେ ଦୁର୍ବଳ ଥିବା ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe