ଜଳୁଛି ପଶ୍ଚିମ ଓଡ଼ିଶା: ୪୬.୩ ରେ ପହଂଚିଲା ଟିଟିଲାଗଡ଼ର ତାତି

35

ଜଳୁଛି ପଶ୍ଚିମ ଓଡ଼ିଶା । ୪୬ ଦଶମିକ ୩ରେ ପହଂଚିଲା ଟିଟିଲାଗଡ଼ର ତାତି । ସୋନପୁରରେ ବି ଅନୁରୂପ ଅବସ୍ଥା । ଏଠାରେ ଗତକାଲି ୪୫ ଦଶମିକ ୮ରେ ପହଂଚିଛି ତାପମାତ୍ରା । ବଲାଙ୍ଗିର, ଭବାନୀପାଟଣା, ସୁନ୍ଦରଗଡ଼, ଝାରସୁଗୁଡ଼ା, ହିରାକୁଦ ସହରରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ମଧ୍ୟ ତାତି କିଛି କମ୍ ନୁହେଁ । ଅନୁଗୁଳ, ଢ଼େଙ୍କାନଳ ଅଂଚଳରେ ତାତି ୪୩ ଡିଗ୍ରୀ ଉପରେ ରହିଛି । ରବିିବାର ରାଜଧାନୀ ଭୁବନେଶ୍ୱରରେ ୪୧ ଦଶମିକ ୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ତେବେ ତାତି ଭିତରେ ଆଶ୍ୱସ୍ତିର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।ଦକ୍ଷିଣ ଓ ଉତର ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।