ପୁଣି ପ୍ରବଳ ଗୁଳୁଗୁଳି ଓ ଗରମରେ ଛଟପଟ ହେଲା ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ସର୍ବାଧିକ ୪୪ ଦଶମିକ ୩ ଡିଗ୍ରୀ ତାପମାତ୍ରା

723

କନକ ବ୍ୟୁରୋ: ପ୍ରବଳ ଖରା ଓ ଗୁଳୁଗୁଳିରୁ ଉପକୂଳବାସୀଙ୍କୁ ମିଳିଛି ଆଶ୍ୱସ୍ତି । ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଅଗ୍ନିବର୍ଷା । ଆଜି ପୁଣିଥରେ ସମ୍ବଲପୁର ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସମ୍ବଲପୁରରେ ଆଜି ତାପମାତ୍ରା ୪୪ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୯ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । କ୍ରମାଗତ ରାଜ୍ୟର ଦ୍ୱିତୀୟ ଉତପ୍ତ ସହର ଭାବେ ହୀରାକୁଦରେ ୪୩ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରୁସୁଗୁଡ଼ାରେ ୪୩ ଦଶମିକ ୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଦେବଗଡ଼ରେ ୪୨ ଦଶମିକ ୮ ଡିଗ୍ରୀ, ରାଉରକେଲାରେ ୪୨ ଦଶମିକ ୬ ଡିଗ୍ରୀ, ବଲାଙ୍ଗିର ଓ ବୌଦ୍ଧରେ ୪୨ ଦଶମିକ ୪୨ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଉପକୂଳବର୍ତୀ ଅଂଚଳର ଲୋକେ ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତିଲାଭ କରିଛନ୍ତି । ଭୁବନେଶ୍ୱରରେ ତାପମାତ୍ରା ୩୪ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କଟକରେ ୩୫ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି ।