କନକ ବ୍ୟୁରୋ: ସକାଳୁ ତାତିଲାଣି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨ ଦଶମିକ ୬ ରହିଛି । ୮ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରୀ, ବାଲେଶ୍ୱରରେ ୩୧ ଦଶମିକ ୮, ଚାନ୍ଦାବାଲି ୩୧ ଦଶମିକ ୬, ଝାରସୁଗୁଡ଼ା ୩୦ ଦଶମିକ ୮, ହୀରାକୁଦ ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ ହୋଇଛି ।

Advertisment

publive-image

ସେହିପରି ସମ୍ବଲପୁର ଓ ରାଉରକେଲାରେ ୩୦, ଗୋପାଳପୁରରେ ୨୯ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।