ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ଭୀଷଣ ଖରା । ପାଣିପାଗ ବିଭାଗର ଆକଳନ, ଖୁବଶୀଘ୍ର ୪୦ ଛୁଇଁବ ତାପମାତ୍ରା ।

220

କନକ ବ୍ୟୁରୋ: ମାର୍ଚ୍ଚରୁ ଡରାଇଲାଣି ଭୀଷଣ ଖରା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ, ମାର୍ଚ୍ଚରେ ଓଡ଼ିଶାରେ କିଛି ଅଂଚଳରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ଦିନ ହିଟୱେଭ ସ୍ଥିତି ରହିପାରେ ।

ଭୁବନେଶ୍ୱର, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ତାଳଚେର ପରି ସହର ତାପମାତ୍ରା ବଢ଼ିବ । ଏସବୁ ସହରର ସର୍ବୋଚ ତାପମାତ୍ରା ୩୮ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ଏପରିକି କିଛି ସ୍ଥାନରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟ ଛୁଇଁପାରେ । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହର ପରିମାଣ ବଢ଼ିବ । ଫଳରେ ମାର୍ଚ୍ଚ ଅଧିକ ସପ୍ତାହରୁ ଦିନ ଓ ରାତିର ତାପମାତ୍ରା ଉପରମୁହାଁ ହେବ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏପରିକି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ସେପଟେ ମାର୍ଚ୍ଚ ୩ ଓ ୪ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।