ଅସହ୍ୟ କରି ପକାଉଛି ପ୍ରଚଣ୍ଡ ଖରା : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା

Advertisment
ଅସହ୍ୟ କରି ପକାଉଛି ପ୍ରଚଣ୍ଡ ଖରା : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା

କନକ ବ୍ୟୁରୋ : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ୬ଟାରୁ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ପ୍ରାୟ ୮ଟା ବେଳକୁ ପ୍ରଚଣ୍ଡ ଖରା ମାଡ଼ି ଆସି ଆହୁରି ଅସହ୍ୟ କରି ପକାଉଛି । ଅପରାହ୍‌ଣ ପ୍ରାୟ ୫ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହୁଛି । ଏବେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ଡିଗ୍ରି ଅଧିକ ତାପମାତ୍ରା ଅନୁଭୂତ ହେଉଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଏବେ ରାଜ୍ୟରେ ଯେଉଁ ତାପମାତ୍ରା ରହୁଛି, ତାହା ହେଉଛି ସାଧାରଣତଃ ମେ’ ମାସର ସ୍ବାଭାବିକ ତାପମାତ୍ରା । ଏବେ ତାପମାତ୍ରାରେ ସେମିତି କିଛି ବୃଦ୍ଧି ଦେଖାଯାଇନାହିଁ । କିନ୍ତୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବହୁତ ଅଧିକ ରହୁଥିବାରୁ ଗୁଳୁଗୁଳି ବଢ଼ି ଯାଇଛି । ସାଧାରଣ ତାପମାତ୍ରାଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ଗରମ ଅନୁଭୂତ ହେଉଛି । ନିକଟ ଅତୀତରେ ଅତିକ୍ରମ କରିଥିବା ବାତ୍ୟା ‘ତାଉତେ’ ପଶ୍ଚିମରେ ରହିଥିଲା, ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସମୟ ଆସି ଯାଇଥିବାରୁ ସମୁଦ୍ର ମଧ୍ୟରୁ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ଫଳରେ ଓଡ଼ିଶାର ବାୟୁମଣ୍ଡଳରେ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ପ ରହିଛି। ତେଣୁ ସାରା ରାଜ୍ୟରେ ବିଶେଷକରି ଉପକୂଳରେ ଗରମ ଗୁଳୁଗୁଳି ଖୁବ୍ ଅଧିକ ରହୁଛି। ଆଜିଠାରୁ ରାଜ୍ୟରେ କାଳବୈଶାଖୀ ସକ୍ରିୟ ହେଉଥିବାରୁ ଧୀରେଧୀରେ ଏଥିରୁ ମୁକ୍ତି ମିଳିବ ବୋଲି ଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe