କନକ ବ୍ୟୁରୋ : ତାତିରୁ ମିଳୁନି ତ୍ରାହି । ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୩୯ ଦଶମିକ୍ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ ତାପମାତ୍ରା ୩୯ ଦଶମିକ୍ ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ , ଚାନ୍ଦବାଲିରେ ୩୮ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଦଶମିକ୍ ୮ ଡିଗ୍ରୀ, ବାଲେଶ୍ୱରରେ ୩୭ ଡିଗ୍ରୀ, ହିରାକୁଦରେ ୩୬ ଦଶମିକ୍ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Advertisment

ତେବେ ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବଂ ୨ଦିନ ପାଇଁ ହିଟୱେଭ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଦେବଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ୮ଟି ସହରରେ ୪୨ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।