କନକ ବ୍ୟୁରୋ : ସକାଳୁ ସକାଳୁ ଅସହ୍ୟ ତାତି । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ତାପମାତ୍ରା ରହିଛି ୩୬.୪ ଡିଗ୍ରୀ । ସେହିପରି ଭୁବନେଶ୍ୱର ତାପାମାତ୍ର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏହି ସମୟରେ କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି । ଏହା ପରେ ତାତି କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା ।

କେଉଁଠି ପାରଦ କେତେ ?

(ସକାଳ ୮ଟା ୩୦ ସୁଦ୍ଧା)
ଝାରସୁଗୁଡ଼ା-୩୮.୬ ଡିଗ୍ରୀ
ସମ୍ବଲପୁର- ୩୬.୪ ଡିଗ୍ରୀ
ହୀରାକୁଦ- ୩୬ ଡିଗ୍ରୀ
ଭୁବନେଶ୍ୱର- ୩୪.୨ ଡିଗ୍ରୀ
ବାଲେଶ୍ୱର- ୩୪ ଡିଗ୍ରୀ
ଚାନ୍ଦବାଲି- ୩୩.୬ ଡିଗ୍ରୀ
ଗୋପାଳପୁର- ୩୩.୨ ଡିଗ୍ରୀ
ପୁରୀ- ୩୩ ଡିଗ୍ରୀ
ପାରାଦୀପ- ୩୨.୨ ଡିଗ୍ରୀ

ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ନଜର ପକାନ୍ତୁ ବିଭିନ୍ନ ସ୍ଥାନରେ ସକାଳୁ ଅନୁଭୂତ ହେଇଥିବା ଆର୍ଦ୍ରତା ଉପରେ ।

କେଉଁଠି ଆର୍ଦ୍ରତା କେତେ ?

(ସକାଳ ୮ଟା ୩୦ ସୁଦ୍ଧା)
ପୁରୀ- ୮୨ %
ଚାନ୍ଦବାଲି- ୮୨%
ପାରାଦୀପ- ୮୨%
ଗୋପାଳପୁର-୭୮%
ଭୁବନେଶ୍ୱର-୭୩%
ବାଲେଶ୍ୱର- ୬୭%
ସମ୍ବଲପୁର-୪୯%
ଝାରସୁଗୁଡ଼ା- ୩୩%