କନକ ବ୍ୟୁରୋ : ତାତି ବଢିବାର କାରଣ ଗୁରୁଚାପ କ୍ଷେତ୍ର ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଓଡ଼ିଶା ବାୟୁମଣ୍ଡଳ ଉପରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ତାତି ବଢୁଛି । ବିଶେଷଜ୍ଞଙ୍କ କହିବା କଥା ହେଲା ଗୁରୁଚାପ କ୍ଷେତ୍ର ବା ଆଣ୍ଟି ସାଇକ୍ଲୋନ ବାୟୁମଣ୍ଡଳର ଉପରି ଭାଗରେ ଗରମ ବାୟୁକୁ ଭୁପୃଷ୍ଠ ଆଡକୁ ଟାଣିଥାଏ । ସାଧାରଣତଃ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଭୁପୃଷ୍ଠରୁ ବାୟୁ ଉପରକୁ ଉଠିଥାଏ ।

Advertisment

ଉପରକୁ ଉଠିଲା ବେଳେ ଏହା ବାୟୁମଣ୍ଡଳରେ ଉପରି ଭାଗରେ ଥିବା ଜଳକଣାକୁ ଏକାଠି କରି ମେଘ ତିଆରି କରିଥାଏ । ଫଳରେ ଥଣ୍ଡା ଅନୁଭୂତ ହୋଇଥାଏ । କିନ୍ତୁ ଗୁରୁଚାପ କ୍ଷେତ୍ର ଏହାର ଠିକ୍ ଓଲଟା କରେ । ଗ୍ରୀଷ୍ମ ଦିନରେ ବାୟୁମଣ୍ଡଳର ଉପରି ଭାଗରେ ଉତ୍ତପ୍ତ ବାୟୁ ରହିଥାଏ । ଗୁରୁଚାପ କ୍ଷେତ୍ର ପ୍ରଭାବରେ ଏହା ଭୁପୃଷ୍ଠ ଆଡକୁ ଆସିବା ଫଳରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହୁଏ । ଏହା ନିର୍ଦ୍ଧିଷ୍ଟ କିଛି ସମୟ ପାଇଁ ହୋଇଥାଏ । ଓଡ଼ିଶା ଉପରେ ଏଭଳି ଏକ ଗୁରୁଚାପ କ୍ଷେତ୍ର ଥିବାରୁ ଅସ୍ୱାଭାବିକ ଗରମ ଅନୁଭୂତ ହେଉଛି ।