କନକ ବ୍ୟୁରୋ : ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେଲାଣି ଖରା । ପାରଦ ୪୦ ଡିଗ୍ରୀ ଟପିଲାଣି । ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ୧୧ଟା ପରେ ରାସ୍ତାଘାଟ ଶୁନ୍ଶାନ୍ ହୋଇପଡ଼ୁଛି । ଅତିଆବଶ୍ୟକ ନପଡ଼ିଲେ ଘରୁ ବାହାରକୁ ବାହାରୁନାହାନ୍ତି ଲୋକେ । କଳାହାଣ୍ଡି ଧର୍ମଗଡ଼ରେ ପ୍ରବଳ ଖରା ଯୋଗୁଁ ଲେକେ କଲବଲ ହେଉଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ରାସ୍ତାକଡ଼ରେ ଥିବା ତରଭୁଜ ଓ ଥଣ୍ଡା ପାନୀୟ ଦୋକାନରେ ଲୋକମାନେ ଭିଡ଼ ଜମାଉଛନ୍ତି ।
ପ୍ରବଳ ଖରା ଯୋଗୁଁ ଶୁଖିଗଲାଣି ନଦୀ ନାଳ । ଅନେକ ସ୍ଥାନରେ ପାଣି ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଗୋଟିଏ ଗୋଟିଏ ନଳକୂପ ଆଗରେ ଗରାବାଲଟି ଧରି ଲମ୍ବା ଲାଇନ୍ ଲଗାଉଛନ୍ତି ମହିଳା । ଏପରିକି ଶୋଷ ମେଂଟାଇବା ପାଇଁ ଲୋକମାନେ ଚୂଆ ପାଣି ସଂଗ୍ରହ କରୁଛନ୍ତି ।
ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ତାପମାତ୍ରା ବଢ଼ିଚାଲିଛି । ଏହିଭଳି ଭାବରେ ତାପମାତ୍ରା ବଢିଲେ ଏପ୍ରିଲ, ମେ, ଜୁନ୍ ତିନି ମାସ ଲୋକଙ୍କ ପାଇଁ ଖରା ଅସହ୍ୟ ହୋଇପଡ଼ିବ । ତେଣୁ ଲୋକମାନେ ସଚେତନତା ଅବଲମ୍ବନ କରି ଥଣ୍ଡା ପାନୀୟ, ଛତା ଓ ଜୋତା ପିନ୍ଧି ବାହାରକୁ ବାହାରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/20-3.jpg)