ଜିମ୍ବାୱେର ପୂର୍ବତନ କ୍ୟାପଟେନ  ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବୁଧବାର ସକାଳେ ପ୍ରଚାର ହେଇଥିଲା । କିଛିସମୟ ପରେ ଏହା ଗୁଜବ ବୋଲି ଜଣାପଡ଼ିଲା । 49 ବର୍ଷୀୟ ହିଥ୍ କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ସାଥି ଖେଳାଳି ହେନେରୀ ଓଲଙ୍ଗା ସୋସିଆଲ ମେଡ଼ିଆରେ ଏ ବିଷୟରେ ସୂଚନା ଦେଇଥିଲେ କିନ୍ତୁ ପରେ ସେ ନିଜେ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ ‘ହିଥ୍ ଷ୍ଟ୍ରିକ ଜୀବିତ ଅଛନ୍ତି’ । ଷ୍ଟ୍ରିକଙ୍କ ସହ ଚାଟ୍ ର ଏକ ସ୍କ୍ରିନ ସଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି ‘ହିଥ୍ ଷ୍ଟ୍ରିକଙ୍କ ମୃତ୍ଯୁ ଖବରକୁ ବହୁତ ବଢେଇ ଚଢେଇ କରି ପ୍ରସାରଣ କରାଯାଇଛି , ମୁଁ  ଏବେ ଏବେ ତାଙ୍କ ସହ କଥା ହେଇଛି । ଥାର୍ଡ ଅମ୍ପାୟାର ତାଙ୍କୁ ଫେରାଇ ଦେଇଛନ୍ତି। ସେ ଜୀବିତ ଅଛନ୍ତି । ‘

Advertisment

2021ରେ ICC ର ଭ୍ରଷ୍ଟାଚାର ବିରୋଧୀ ଆଇନ ଅନୁଯାୟୀ 5 ଟି ମାମଲାରେ ଆରୋପି ହିଥ୍ ଷ୍ଟ୍ରିକଙ୍କୁ ଆଠବର୍ଷ ପାଇଁ ପ୍ରତିବନ୍ଧ ଲଗାଯାଇଛି । ଏହି ବର୍ଷ ପ୍ରାରମ୍ଭରେ ସେ ନିଜେ ସୂଚନା ଦେଇଥିଲେ କି ସେ କ୍ୟାନସରରେ ପୀଡ଼ିତ ଅଛନ୍ତି ।