ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ତତ୍ପର ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ହଟସ୍ପଟ୍ ମ୍ୟାପିଂ କରିବାକୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ।

110

କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା ତାହାକୁ ଚିହ୍ନଟ କରିବ ମ୍ୟାପିଂ କରିବା ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିନସରଙ୍କୁ ଚିଠି ଲେଖିଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣଗ୍ରାହୀ ।

ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି। ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି କରାଯିବ ବୋଲି କହିଛନ୍ତି ଭବନେଶ୍ୱର ମେୟର ସୁଲୋଚନା ଦାସ । ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି। ଶୁଖିଲା ଦିବସ ପାଳନ ହେଉଛି। ପାର୍କ ଗୁଡିକରେ ଗଛ ଲତା ବଢ଼ିଗଲାଣି। ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଠିକରେ ଦାୟିତ୍ଵ କରିପାରୁନଥିବା ଅଭିଯୋଗ ଆସିଛି । ବିଏମସି ଏନେଇ ନିଜେ ପଦକ୍ଷେପ ନେବ। ବର୍ଷା ଯୋଗୁଁ ଗଛ , ଘାସ ଜଲଦି ବଢିଯାଉଛି । ହେଲେ ବିଏମସି ଡେଙ୍ଗୁ ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଥିବା ବିଏମସି ମେୟର କହିଛନ୍ତି।