କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅସହ୍ୟ ତାତି ଲୋକଙ୍କ ସମସ୍ୟା ବଢାଇଛି । ସୋମବାର ଦିଲ୍ଲୀରେ ୪୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ମଙ୍ଗେସପୁରି ଅଂଚଳରେ ତାପମାତ୍ରାରେ ୪୯ ଦଶମିମ ୨ ପ୍ରତିଶତ ରହିିଥିବା ବେଳେ ନଜାଫଗଡ ଅଂଚଳରେ ୪୯ ଦଶମିକ ୧ ପ୍ରତିଶତ ରେକର୍ଡ ହୋଇଛି । ପ୍ରଚଣ୍ଡ ଖରା ରାଜଧାନୀ ବାସିଙ୍କ ଘରୁ ବାହାରିବା ମୁସ୍କିଲ କରିଦେଇଛି ।
ପ୍ରବଳ ଗୀଷ୍ମପ୍ରବାହକୁ ନଜରରେ ରଖି ସହରବାସିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହରିଆଣାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ସୋମାବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୮ ଦଶମିକ ୧ ପ୍ରତିଶତ ରହିଛି । ପଂଜାବର ମୁଖତସର ଜିଲ୍ଲାର ମଧ୍ୟ ୪୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ତେବେ ବଢୁଥିବା ତାପମାତ୍ରା ସହର ବାସିଙ୍କ ଚିନ୍ତା ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/heat.jpg)