କନକ ବ୍ୟୁରୋ : ରାଜ୍ୟରେ ପୁଣି ଫେରିଲା ତାତି । ପାରା ପରେ ପାରା ଡେଉଁଛି ପାରଦ । ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଗତକାଲି ବଲାଙ୍ଗୀର ଟିଟିଲାଗଡର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିଲା । ଆଜି ବି ସେହି ସମାନ ସ୍ଥିତି ରହିଛି । ଭୁବନେଶ୍ୱର ତାପମାତ୍ରା ୩୯ଦଶମିକ ୯ଡିଗ୍ରୀ ଥିଲା ।
ଉତ୍ତର-ପଶ୍ଚିମ ଦିଗରୁ ସାମୁଦ୍ରିକ ପବନ ବହିବା କମିଯିବାରୁ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପରେ ହିଟ୍ ୱେଭ୍ ପରିସ୍ଥିତି ଉପୁଜିବାର ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଦିନବେଳା ଗରମ ପବନ ବହିବା ସହ ତାପମାତ୍ରା ବୃଦ୍ଧି ପାଇବ ଏବଂ କୁଆପଥର ସହ ବର୍ଷା ହେବ । ଦକ୍ଷିଣ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଅଧିକ ରହିବ । ୫୦ରୁ ୬୦ କିଲୋମିଟର ବେଗର ପବନ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/pexels-photo-301599.jpeg)
/kanak/media/post_attachments/wp-content/uploads/2018/04/heat-wave-300x225.jpg)