ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ଠାରୁ କମିବ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ ।

168

କନକ ବ୍ୟୁରୋ: ଗତ ଦୁଇ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହୋଇଛି ସାରା ଓଡିଶା । ହଠାତ୍ ଗରମ ଓ ଗୁଳୁଗୁଳି ବଢ଼ିଯିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି । ପ୍ରଚଣ୍ଡ ଖରାଯୋଗୁଁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ତେବେ ଆଗକୁ ତାପମାତ୍ରା କମିବା ସହ କାଳ ବୈଶାଖୀ ହେବା ନେଇ ସଂକେତ ଦେଇଛି ପାଣିପାଗ ବିଭାଗ ।

ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଓଡିଶାର ଦୁଇଟି ସହର ବିଶ୍ୱର ସବୁଠୁ ଉତପ୍ତ ସହର ହୋଇଥିଲା । ମଙ୍ଗଳବାର ଦିନ ବାରିପଦା ସହରରେ ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ସେଲ୍ସିଅସ୍ ଥିବା ବେଳେ ବୁଧବାର ଭୁବନେଶ୍ୱରର ତାପମାତ୍ରା ସବୁଠୁ ଅଧିକ ୪୪.୨ ଡିଗ୍ରୀ ସେଲ୍ସିଅସ୍ ରେକର୍ଡ କରାଯାଇଥିଲା । ତେବେ ଏପରି ଭାବେ ଓଡିଶାରେ ତାତି କାହିଁକି ବଢୁଛି?

  • ପଶ୍ଚିମ ଭାରତରୁ ଶୁଷ୍କ ପବନ ବହୁଛି
  • ବାୟୁରେ ଜଳୀୟ ଅଂଶ କମିଯିବା
  • ସମୁଦ୍ରରୁ ଶୀତଳ ବାୟୁର ପ୍ରବାହ ନହେବା
  • ସ୍ଥାନୀୟ ଅଂଚଳର ପ୍ରଭାବ
  • ଜଙ୍ଗଲର ବ୍ୟାପକ କ୍ଷୟ
  • ଆର୍ଦ୍ରଭୂମିର ଅଭାବ
  • ସହରୀକରଣ ଯୋଗୁଁ ବ୍ୟାପକ କଂକ୍ରିଟ ନିର୍ମାଣ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ, ଫଳରେ ତାତିର ଦହଗଂଜରୁ ସାମାନ୍ୟ ଆଶ୍ୱସ୍ତ ହେବେ ଲୋକେ ।