ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି କଲେ ରାଜ୍ୟ ସରକାର। ଆସନ୍ତା ୨୨ ତାରିଖ ଯାଏଁ ବଢିବ ତାପମାତ୍ରା। ଜଳଛତ୍ର ଓ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଦିଆଗଲା ନିର୍ଦ୍ଦେଶ

207

କନକ ବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି କଲେ ରାଜ୍ୟ ସରକାର । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଖରାର ପ୍ରକୋପ ଅଧିକ ରହିବ । ୨ ଦିନ ଯାଏ ହିଟ ୱେଭ ଜାରି କରାଯାଇଛି । ତେଣୁ ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।ପଶ୍ଚିମ ଓଡିଶାରେ ତାତିର ପରିମାଣ ଅଧିକ ରହିବ । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

heat wave

ଝାଞ୍ଜି ପବନ ସାଙ୍ଗକୁ ଜୀବନ ଯାତ୍ରା ଅସ୍ତ ବ୍ୟସ୍ତ ହୋଇଯାଇଛି । ଦିନ ୧୦ଟା ହେଲେ ଲୋକେ ବାହାରକୁ ଆସିବା ମୁସ୍କିଲ ହୋଇପଡିଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଖରାରେ ବିଶେଷକରି ଦିନ ୧୨ଟରୁ ୩ଟା ମଧ୍ୟରେ ବାହାରକୁ ନବାହାରିବାକୁ କୁହାଯାଇଛି । ଆଉ ବାହାରକୁ ବାହାରିଲେ ମୁଣ୍ଡରେ ଓଦାକନା ପରାଇବାକୁ ପରାମର୍ଶ ଦିଆଯାଇଛି ।