କନକ ବ୍ୟୁରୋ: ତତଲା କଢ଼େଇରେ ସିଝୁଛି ଟିଟିଲାଗଡ଼ । ଗତ ଦୁଇ ଦିନ ହେଲା ୪୫ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୮ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି । ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ୫ ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ପାଣିପାଗ ବିଭାଗ ।
୧୦ ଜିଲ୍ଳା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି , ସମ୍ବଲପୁର । ଛୋଟ ପିଲା, ଅସୁସ୍ଥ ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ରାଜ୍ୟର ୧୪ଟି ସହରରେ ପାରା ୪୦ ଡିଗ୍ରୀ ଉପରେ ରହିଛି ।
ସେହିପରି ତାଳଚେରର ତାପମାତ୍ରା ୪୪ ଦଶମିକ ୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର ଓ ଭବାନୀପାଟଣାର ତାପମାତ୍ରା ୪୪ ଡିଗ୍ରୀ ରହିଛି । ସେହିପରି ୪୩ ଦଶମିକ ୩ ଡିଗ୍ରୀ ରହିଛି ମାଳକାନଗିରି ସହରର ତାପମାତ୍ରା । ସୋନପୁରରେ ୪୩ ଡିଗ୍ରୀ, ସମ୍ବଲପୁର ଓ ପାରଳାଖେମୁଣ୍ଡିର ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/39-4.jpg)